ପ୍ରତି ୧୦ ଗ୍ରାମ ୪୦୦ ଟଙ୍କା ବଢିଲା ସୁନା ଦର ରୂପା ବି ବଢିଛି, ଜାଣନ୍ତୁ ଆଜି କେତେ ଅଛି ମୂଲ୍ୟ

Published By : Prameya-News7 Bureau | December 26, 2019 IST

ନୂଆଦିଲ୍ଲୀ ୨୬।୧୨ - ସୁନାଦର କିଛି ଦିନ ଧରି ହ୍ରାସ ପାଇବା ପରେ ପୁଣି ଏହାର ଦର ବୃଦ୍ଧି ହୋଇଛି। ଲାଇଭ୍‌ମିଣ୍ଟର ଖବର ଅନୁୟାୟୀ ଏହା ଗତ ସପ୍ତାହରେ ପ୍ରତି ୧୦ ଗ୍ରାମ ସୁନାଦର ପ୍ରାୟ ୪୦୦ ଟଙ୍କ ବୃଦ୍ଧି ପାଇଛି । ସେପ୍ଟେମ୍ବର ମାସରେ ସୁନାଦର ସର୍ବୋଚ୍ଚ ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କ ପାର କରିଥିଲା । ଏହାପରେ ଅନ୍ତର୍ଜାତୀୟ ବଜାରରେ ସୁଧାର ପରିଲକ୍ଷିତ ହେବାରୁ ସୁନାଦର ହ୍ରାସ ପାଇଥିଲା ।

{"id":198929,"sizeSlug":"large"}

ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଥିବାରୁ ସୁନାଦର ବୃଦ୍ଧି ପାଇଥିଲା । ଏହା ପ୍ରଭାବରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିଲା। ପରେ ସ୍ଥିତିରେ ସୁଧାର ଆସିଥିଲା ।

{"id":176906,"sizeSlug":"large"}

ମାତ୍ର ଦିଲ୍ଲୀରେ ଥିବା ଏମସିଏର୍ସ ବା ମଲ୍ଟି କମୋଡିଟା ଏକ୍ସଚେଞ୍ଜରେ ଫବ୍ରୁଆରୀ ସୁନାଦର ୧ପ୍ରତିଶତ ବୃଦ୍ଧି ପାଇଛି । ଏଠାରେ ସୁନାର ଭବିଷ୍ୟତ ସୁନାଦରକୁ ନେଇ କାରବାର ହୋଇଥାଏ । ଏହା ଏକ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତି ୧୦ ଗ୍ରାମ ସୁନାଦର ପ୍ରାୟ ୪୦୫ ଟଙ୍କା ବୃଦ୍ଧି ପାଇ ୩୮,୬୬୨ରେ ପହଞ୍ଚିଛି।

{"id":157275,"sizeSlug":"large"}

ରୂପା ଦର ୨ ପ୍ରତିଶତ ବୃଦ୍ଧି ପାଇଛି । ଏହା ପ୍ରତି କିଲୋ ୯୦୯ ଟଙ୍କା ବୃଦ୍ଧି ପାଇ ୪୬,୫୭୦ ଟଙ୍କାରେର ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦର ବୃଦ୍ଧି ପାଇଛି । ସୁନାଦର ପ୍ରତି ଆଉନସ୍‌ ୧,୫୦୦ ଆମେରିକୀୟ ଡଲାର ପାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.