ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି, ସପ୍ତାହ ଆରମ୍ଭରୁ ଖସିଲା ସୁନା ଓ ରୁପା ଦାମ୍, ଗୋଲ୍ଡ ୧୦ ଗ୍ରାମ୍ ୫୨ ହଜାର ୫୦୮ ଟଙ୍କା

Published By : Prameya-News7 Bureau | November 21, 2022 IST

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍ । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇଛି । ସୋମବାର ବଜାର ଖୋଲିବା ଆରମ୍ଭରୁ ସୁନା ଦାମ୍ ୦.୦୭ ପ୍ରତଶତ ହ୍ରାସ ପାଇଛି । ଆଗକୁ ବିବାହ ସିଜିନ୍ ଆସୁଥିବାରୁ ଏହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ରିପୋର୍ଟ ଅନୁଯାୟୀ, ସୋମବାର ସୁନା ସହିତ ରୁପା ଦାମ୍ ମଧ୍ୟ ହ୍ରାସ ପାଇଛି । ସୁନା ରେଟ୍ ୦.୦୭ ପ୍ରତଶତ ହ୍ରାସ ପାଇଥିବାବେଳେ ରୁପା ୦.୩୧ ପ୍ରତିଶତ ଖସିଛି । ଗତ ସପ୍ତାହରେ ସୁନା ମଧ୍ୟ ସୁନା ଓ ରୁପା ଦର ଖସିଥିଲା । ସୁନା ୦.୩୨ ପ୍ରତିଶତ ଓ ରୁପା ୦.୦୮ ପ୍ରତିଶତ ହ୍ରାସ ପାଇଁ ବଜାର ବନ୍ଦ ହୋଇଥିଲା ।

ସୋମବାର ସୁନା ୧୦ ଗ୍ରାମ ପିଛା ୩୮ ଟଙ୍କା ହ୍ରାସ ପାଇ ୫୨ ହଜାର ୫୦୮ ଟଙ୍କା ରହିଛି । ଗତ ସପ୍ତାହରେ ସୁନା ଦାମ୍ ୫୨ ହଜାର ୫୫୦ ଟଙ୍କା ରହିଥିଲା । ସେହିପରି ଚାନ୍ଦି ଦାମ୍ ମଧ୍ୟ ୧୯୭ ଟଙ୍କା ହ୍ରାସ ପାଇଛି । ରୁପା କିଲୋ ପ୍ରତି ୬୦ ହଜାର ୫୮୦ ଟଙ୍କା ରହିଛି । ଆଗକୁ ବିବାହ ସିଜିନ୍ ଆସୁଥିବାରୁ ସୁନା ଓ ରୁପା ଦାମରେ ହ୍ରାସ ଗ୍ରାହକଙ୍କ ପାଇଁ ଆଶ୍ବସ୍ତି ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.