ଦୁଇ ଦିନ ବଢିବା ପରେ କମିଲା ସୁନା-ରୂପା ଦାମ୍
4/03/2020 at 8:19 PM

ନୂଆଦିଲ୍ଲୀ ୦୪।୦୩ : ବଢୁଛି, କମୁଛି ସୁନା-ରୂପା ଦର । ଦୁଇଦିନ ଧରି ସୁନା ଦର ବୃଦ୍ଧି ପାଇବା ପରେ ହ୍ରାସ ପାଇଛି ଦାମ୍ । ବୁଧବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍ସିଏକ୍ସରେ ସୁନାଦର ଏକାଥରକେ ୧୫୦୦ ଟଙ୍କା ବଢିଲା ଏବଂ କିଛି ସମୟ ପରେ ହ୍ରାସ ପାଇଛି । ସୁନାଦରର ଫ୍ୟୁଚର ଭ୍ୟାଲୁ ପ୍ରତି ୧୦ ଗ୍ରାମ ୧୫୪୪ ଟଙ୍କା ବୃଦ୍ଧି ପାଇଥିଲା । ଏହା ପରେ ପ୍ରତି ୧୦ ଗ୍ରାମ ସୁନା ୪୩,୨୯୩ରୁ ୪୩,୭୭୮ ଟଙ୍କା ମଧ୍ୟରେ ବିକ୍ରିବଟା ହୋଇଥିଲା । ପରେ ସୁନାଦର ୦.୦୬ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୪୩,୪୫୦ ଟଙ୍କାରେ ସ୍ଥିର ରହିଥିଲା ।

ଲାଇଭ୍ମିଣ୍ଟର ରିପୋର୍ଟ ଅନୁସାରେ ରୂପାଦର ଏମ୍ସିଏକ୍ସରେ ୦.୪ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋ ୪୬,୫୮୨ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ବୃଦ୍ଧି ପାଇଛି । ଆଉନସ୍ ପ୍ରତି ସୁନା ମୁଲ୍ୟ ୦.୩ ପ୍ରତିଶତ ବୃଦ୍ଧି ପାଇ ୧,୬୪୩.୭୬ ଡଲାରରେ ପହଞ୍ଚିଛି । ରୂପା ମଧ୍ୟ ପ୍ରତି ଆଉନସ୍ ୦.୨ ପ୍ରତିଶତ ବୃଦ୍ଧି ପାଇ ୧୭.୨୧ ଡଲାର ଛୁଇଁଛି ।

କରୋନା ଭାଇରସ୍ ପ୍ରଭାବ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ଉପରେ ପକାଇଛି । ଏଥିଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଚୀନ୍ରେ ବାଣିଜ୍ୟା କାରବାର ଏକ ପ୍ରକାର ଠପ୍ଦ ।ତେବେ ଭାରତରେ ସରକାର ଗୋଲ୍ଡ ବଣ୍ଡ ବିକ୍ରି ଆରମ୍ଭ କରିଛନ୍ତି । ଏହା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ବ୍ୟାଙ୍କରେ ଗୋଲ୍ଡ ବଣ୍ଡ କିଣି ପାରିବେ । ଏବେ ବଜାର ଦର ଠାରୁ ଶସ୍ତାରେ ସରକାର ସୁନାକୁ ଗୋଲ୍ଡ ବଣ୍ଡ ମାଧ୍ୟମରେ ବିକ୍ରି କରୁଛନ୍ତି ।