ନୂଆଦିଲ୍ଲୀ ୧୨।୦୩: ଲଗାତର ତୃତୀୟ ଦିନରେ ହ୍ରାସ ପାଇଛି ସୁନା-ରୂପା ଦର । ବିଦେଶୀ ମୁଦ୍ର ତୁଳନାରେ ଟଙ୍କାର ଦାମ୍ ଖସୁଥିବା ବେଳେ ସୁନାର ସୀମିତ ରହିଛି । ଗୁରୁବାର ଦିନ ଦିଲ୍ଲୀ ସରଫା ବଜାରରେ ୧୦ଗ୍ରାମ ସୁନା ପ୍ରତି ୧୨୮ଟଙ୍କା ହ୍ରାସ ପାଇଛି । ବୁଧବାର ଦିନ ସୁନା ଦାମ୍ ୧୦ଗ୍ରାମ୍ ପ୍ରତି ୫୧୬ଟଙ୍କା ଖସିଥିଲା । ତେବେ ସୁନା ପରି ମଧ୍ୟ ରୂପା ଦାମ୍ ହ୍ରାସ ପାଇଛି । ଏକ କେଜି ରୂପାର ଦାମ୍ ୩୦୨ ଟଙ୍କା ଶସ୍ତା ହୋଇଛି ।
ସୁନାର ନୂଆ ଦାମ୍ –
ଗୁରୁବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ରେ ୧୨୮ଟଙ୍କା ହ୍ରାସ ପାଇଛି । ଏହାଦ୍ବାରା ସୁନା ୧୦ଗ୍ରାମ ପ୍ରତି ୪୪,୪୯୦ଟଙ୍କାରେ ପହଞ୍ଚିଛି । ବୁଧବାର ଦିନ ସୁନା ୪୪,୬୧୮ ପ୍ରତି ୧୦ଗ୍ରାମକୁ ରହିଥିଲା । ଅନ୍ତର୍ଜାତୀୟ ବଜାରରେ ୧,୬୪୫ ଡଲାର ପ୍ରତି ଆଉଁନ୍ସରେ ରହିଛି ।
ରୂପାର ନୂଆ ଦାମ୍-
ଗୁରୁବାର ଦିନ ଦିଲ୍ଲୀ ସରଫା ବଜାରରେ ରୂପା ଦାମ୍ରେ ମଧ୍ୟ ହ୍ରାସ ପାଇଛି । ବଜାରରେ ରୂପା ୩୦୨ ଟଙ୍କା ହ୍ରାସ ପାଇ ୪୬,୮୬୮ ପ୍ରତି କିଲୋଗ୍ରାମ ରହିଛି । ଆନ୍ତର୍ଜାତୀୟ ବଜାରରେ ୧୬.୭୩ ଡଲାର ପ୍ରତି ଆଉଁନ୍ସ ରହିଛି ।