କମିଲା ସୁନା ଓ ରୂପା ଦର, ବିଦେଶୀ ବଜାରରେ ଚାହିଦା କମ୍‌ରୁ ଗ୍ରାହକଙ୍କୁ ଫାଇଦା

Published By : Prameya-News7 Bureau | February 12, 2020 IST

ନୁଆଦିଲ୍ଲୀ ୧୨।୦୨: ବିଦେଶୀ ବଜାରରେ ସୁନା ଦାମ୍ ଲଗାତର ଭାବ ଦୁଇ ଦିନ ହେବ ହ୍ରାସ ପାଇବାର ଲାଗିଛି । ବିଦେଶୀ ବଜାରରେ ଦାମ୍‌ ହ୍ରାସ ଯୋଗୁଁ ଭାରତର ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ଉପରେ ପ୍ରଭାବ ପଡିଛି । ବୁଧବାର ଦିନ ଦିଲ୍ଲୀର ସର୍ରୋଫା ବଜାରରେ ସୁନା ଓ ରୂପା ଦାମ୍ କମିବାର ଦେଖିବାକୁ ଲାଗିଛି । ଲଗାତର ଦ୍ୱିତୀୟ ଦିନ ସୁନା ଓ ରୂପା ଦର ହ୍ରାସ ପାଇଛି । ଡିମାଣ୍ଡ ହ୍ରାସ ପାଇବା ଯୋଗୁଁ ସୁନା ଓ ରୂପା ଦାମରେ ହ୍ରାସ ପାଉଛି ବୋଲି କୁହାଯାଉଛି ।

{"id":223762,"sizeSlug":"large"}

ଦିଲ୍ଲୀ ସର୍ରୋଫା ବ୍ୟବସାୟୀଙ୍କ ଅନୁସାରେ ଗ୍ଲୋବାଲ୍ ଷ୍ଟକ୍ ମାର୍କେଟରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଏବେ ନିବେଶକ ସୁନା ଓ ରୂପାରେ ନିଜ ନିବେଶ କମ୍ କରିଦେଇଛନ୍ତି । ଏହି କାରଣରୁ କମୋଡିଟି ମାର୍କେଟରେ ଏହି ହ୍ରାସ ଦେଖିବାକୁ ମିଳିଛି ।  ମଙ୍ଗଳବାର ଦିନ ସୁନା ଓ ରୂପା ଦାମରେ ହ୍ରାସ ପାଇବାର ନଜର ଆସିଥିଲା ।

{"id":223763,"width":572,"height":320,"sizeSlug":"large"}

ମଙ୍ଗଳବାର ଦିନ ଦିଲ୍ଲୀ ସର୍ରୋଫା ବଜାରରେ ୧୦ ଗ୍ରାମ ସୁନା ଦାମ୍ ୧୧୨ ଟଙ୍କା ଓ ରୂପା ଦାମ୍ ମଧ୍ୟ ୧୦୮ ଟଙ୍କା ପ୍ରତି କିଲୋଗ୍ରାମ ତଳକୁ ଚାଲିଆସିଥିଲା ବେଳେ ବୁଧବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନାର ଦାମ୍ ୪୧, ୨୭୬ ଟଙ୍କା ପ୍ରତି ୧୦ ଗ୍ରାମରୁ ହ୍ରାସ ପାଇ ୪୧,୧୪୮ ଟଙ୍କା ପ୍ରତି ୧୦ ଗ୍ରାମକୁ  ଆସିଯାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ୧୫୬୨.୫ ଡଲାର ପ୍ରତି ଆଉନ୍ସ ଓ ରୂପା ଦାମ୍ ୧୭.୫୧ ଡଲାର୍ ପ୍ରତି ଆଉନ୍ସ ରହିଛି । ସେହିପରି ଦିଲ୍ଲୀ ସର୍ରୋଫା ବଜାରରେ ଏକ କିଲୋଗ୍ରାମ ରୂପାର ଦାମ୍ ୪୭,୦୬୦ ଟଙ୍କାରୁ ଖସି ୪୬,୩୬୦ ଟଙ୍କା ରହିଯାଇଛି ।

{"id":223764,"sizeSlug":"large"}


HDFC ସିକ୍ୟେରିଟିଜର ସିନିୟର ଆନାଲିଷ୍ଟ(କମୋଡିଟିଜ୍) ତପନ ପଟେଲଙ୍କ କହିବାନୁସାରେ ନିବେଶକ ମନ ସୁନା କିଣିବାରୁ ହଟିଯାଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦାମ୍ ଲଗାତର ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.