କରୱାଚୌଥ୍‌ରେ ସୁନା ବ୍ୟବସାୟୀଙ୍କ ଲାଭ, ବିକ୍ରି ହେଲା ୩୦୦୦ କୋଟିର ଗହଣା

Published By : Prameya-News7 Bureau | October 14, 2022 IST

ନୂଆଦିଲ୍ଳୀ ୧୪।୧୦: ସାରା ଦେଶରେ କାଲି କରୱାଚୌତ୍‌ ଚାଲିଥିଲା। ଏହି ଅବସରରେ ସୁନା ଓ ସୁନାର ଅଳଙ୍କାର ବିକ୍ରି ବହୁତ ହୋଇଥିଲା । ଏହାର ଆକଳନ କରାଗଲେ ପ୍ରାୟ ତିନି ହଜାର କୋଟି ହୋଇଛି ବୋଲି କୁହାଯାଇଛି । ଯାହା ଗତ ବର୍ଷ ସମାନ ଦିନରେ ପ୍ରାୟ ୨୨୦୦ କୋଟି ଟଙ୍କା ଥିଲା। ଅର୍ଥାତ୍ ଚଳିତ ବର୍ଷ ୮୦୦ କୋଟି ଟଙ୍କାର ଅଧିକ ବିକ୍ରି ହୋଇଛି।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଏବଂ ଦେଶର ଛୋଟ ଜୁଏଲର୍ସ ସଂଗଠନ ଅଲ୍ ଇଣ୍ଡିଆ ଜୁଏଲର୍ସ ଏବଂ ଗୋଲ୍ଡସ୍ମିଥ ଫେଡେରେସନ୍ (AIJGF) ମିଳିତ ବିବୃତ୍ତିରେ କହିଛନ୍ତି ଯେ ସାରା ଅଳଙ୍କାର ବ୍ୟବସାୟୀମାନେ କରୱାଚୌଥ୍‌ରେ ଏକ ଉତ୍ତମ ବ୍ୟବସାୟ ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି। ଭାରତୀୟ ପରମ୍ପରା ଅନୁଯାୟୀ ଆସନ୍ତା ନଭେମ୍ବରରୁ ବିବାହ ପାଇଁ ସୁନା ଅଳଙ୍କାର ଇତ୍ୟାଦି ବୁକିଂ ମଧ୍ୟ ଆଜିଠାରୁ ଆରମ୍ଭ ହୋଇ ଗଲାଣି। CAT ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏବଂ ଆଇଜେଜିଏଫ୍ ରାଷ୍ଟ୍ରୀୟ ସଭାପତି ପଙ୍କଜ ଆରୋରା କହିଛନ୍ତି ଯେ ସାରା ଦେଶରେ ସୁନା ଓ ସୁନା ଅଳଙ୍କାର ବିକ୍ରିରେ ବୃଦ୍ଧି ଘଟିଛି।

ଗତ ବର୍ଷର କରୱାଚୌଥ୍‌ ପର୍ବ ତୁଳନାରେ ସୁନା ୧୦ ଗ୍ରାମ ପିଛା ୩୪୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ରୂପା କିଲୋଗ୍ରାମରେ ୧୧ ହଜାର ଟଙ୍କା ଶସ୍ତା ଥିଲା। ରାଜଧାନୀରେ 24 କ୍ୟାରେଟ୍ ସୁନା ମୂଲ୍ୟ ୫୨ ହଜାର ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୮ହଜାର ଟଙ୍କା । ତେବେ ରୂପା କିଲୋଗ୍ରାମ ପାଇଁ ୫୯ ହଜାର ଟଙ୍କା। ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ସ୍ତରରେ ଭୂ-ରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.