ଭୁବନେଶ୍ୱର ୨୫/୦୯: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ଅସ୍ଥିରତା, ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ଏବଂ ବିଶ୍ୱ ବଜାରର ଅନିଶ୍ଚିତତା ମଧ୍ୟରେ ଏହି ଧାତୁ ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହା ୭୬,୦୦୦ ଟଙ୍କା ଉପରେ ।
ମଙ୍ଗଳବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦରରେ ୨୧୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୭୬,୩୬୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ୍ ସୁନା ଦରରେ ୨୦୦ ଟଙ୍କା ବୃଦ୍ଧି ଘଟିଛି । ୧୦ ଗ୍ରାମ ପିଛା ଏହା ୭୦,୦୦୦ ଟଙ୍କା ଛୁଇଁଛି ।
କିଲୋଗ୍ରାମ ପିଛା ରୁପା ଦର ୯୮,୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି । ଚଳିତବର୍ଷ ଏଯାବତ ସୁନା ଦର ୧୧,୦୦୦ ଟଙ୍କାରୁ ଅଧିକ ବଢ଼ିଛି । ବିଶେଷଜ୍ଞଙ୍କ ଅନୁମାନ, ବର୍ଷ ଶେଷ ସୁଦ୍ଧା ଦର ୭୮,୦୦୦ ଟଙ୍କା ଛୁଇଁପାରେ । ଅନିଶ୍ଚିତତା ମଧ୍ୟରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଗଣନା କରିଥାନ୍ତି ନିବେଶକ ।