ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଭଗବାନଙ୍କ କୁନି ଭକ୍ତ, ମନରେ ଅପାର ଶ୍ରଦ୍ଧା; ଭିଡିଓ ଦେଖିଲେ ଆପଣଙ୍କ ମୁହଁରେ ଝଲସି ଉଠିବ ଖୁସି

6/11/2022 at 6:46 PM

ବୌଦ୍ଧ ୦୬/୧୧: ପବିତ୍ର କାର୍ତ୍ତିକ ମାସ ପଞ୍ଚୁକରେ ବୌଦ୍ଧ ସହରରେ ଥିବା ରାମେଶ୍ବର ଶୈବ ପୀଠରେ ଏକ ଛୋଟ ପିଲା ଟିଏ ଧୋତି ପିନ୍ଧି, କାନ୍ଧରେ ଗାମୁଛା ପକାଇ, କପାଳରେ ତିଳକ ଲଗାଇ ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ସହିତ ମନ୍ଦିର ବେଢ଼ା ବୁଲୁଛନ୍ତି।  ଏହି ଦୃଶ୍ୟ ସେଠାକାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପରେ ଶିଶୁପୁତ୍ରଟି ଗୁରୁଣ୍ଡି  ଗୁରୁଣ୍ଡି ମନ୍ଦିର ପାହାଚ ଚଢି ଭଗବାନ୍ ଭୋଲାନାଥଙ୍କୁ ମୁଣ୍ଡିଆ ମାରୁଛନ୍ତି। ଏପରି ଭାବେ ସେ ପ୍ରତିଦିନ ମନ୍ଦିରକୁ ଆସେ ଭୋଲାନାଥଙ୍କୁ ଦର୍ଶନ କରି ବେଢ଼ା ପରିକ୍ରମା କରି ମନ୍ଦିରରୁ ଭୋଗ ଖାଇ ଘରକୁ ଯାଆନ୍ତି। ଏ କୁନି ବାଳକର ପରିଚୟ ସଙ୍କିତ୍ ମନହିରା। ସେ ରବି ମନହିରାଙ୍କ ସାନ ପୁଅ ଓ ତାଙ୍କର ମାତ୍ର ଅଢ଼େଇ ବର୍ଷ।  ସହରର ଖଲିଆବଗିଚାର ଏଇ ପିଲାଟିର ଏପରି ଭକ୍ତି ଆଧୁନିକ ସମାଜ ପାଇଁ କିଛି ବାର୍ତ୍ତା ଦେଉଛି। ଏବେ ଏହି ଦୃଶ୍ୟଟି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

   Related Posts