ରେମଣ୍ଡ୍‌ର ଏଫ୍‌ଏମ୍‌ସିଜି ବ୍ୟବସାୟକୁ କିଣିବ ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌, ୨୮୦୦ କୋଟିରେ ହେଲା ଡିଲ୍

Published By : Prameya-News7 Bureau | April 27, 2023 IST

ନୂଆଦିଲ୍ଲୀ, ୨୭/୦୪: ରେମଣ୍ଡ୍‌ର ଏଫଏମସିଜି ବ୍ୟବସାୟ କିଣିବାକୁ ଯାଉଛି ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (GCPL)। ଉନ୍ନତମାନର କପଡ଼ା ଏବଂ ଲାଇଫ୍‌ଷ୍ଟାଇଲ ବ୍ୟବସାୟ ପାଇଁ ଗ୍ରାହକଙ୍କ ନିକଟରେ ପରିଚିତ ରେମଣ୍ଡ୍‌ କମ୍ପାନୀ ଏହାର ଏଫସିଜି ବ୍ୟବସାୟକୁ GCPLକୁ ବିକ୍ରି ପାଇଁ ନିଷ୍ପତ୍ତି ନେଇଛି। ମେ ୧୦ ସୁଦ୍ଧା ଏହି ଡିଲ୍‌ ପୂରା ହେବା ନେଇ ଅନୁମାନ କରାଯାଉଛି। ଉଭୟ କମ୍ପାନୀଙ୍କ ମଧ୍ୟରେ ଏହି ଡିଲ୍‌ ୨,୮୨୫ କୋଟି ଟଙ୍କାରେ ହୋଇଛି।

ଏହି ଡିଲ୍‌ ପୂରା ହେବା ପରେ ରେମଣ୍ଡ୍‌ ଠାରୁ ପାର୍କ ଆଭେନ୍ୟୁ ଏବଂ କାମସୂତ୍ର ବ୍ରାଣ୍ଡ୍‌କୁ କିଣିନେବ ଗୋଦେରେଜ୍ । ତେବେ ଏହି ଡିଲ୍‌ ଦ୍ବାରା କମ୍ପାନୀ ସେକ୍ସୁଆଲ ଓ୍ବେଲନେସ୍‌ ବର୍ଗର ପ୍ରବେଶ କରିବା ସହ ଗୋଦରେଜ୍‌ର ଏଫଏମସିଜି କ୍ଷେତ୍ର ଅଧିକ ମଜବୁତ ହେବା ନେଇ କହିଛନ୍ତି ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୁଧୀର ସୀତାପତି।

ଉଭୟ ବ୍ରାଣ୍ଡ୍‌ ପାର୍କ ଆଭେନ୍ୟୁ ଏବଂ କାମସୂତ୍ର ବ୍ରାଣ୍ଡ୍‌ ରେମଣ୍ଡ କଞ୍ଜ୍ୟୁମର କେୟାର ଅଧୀନରେ ଅଛନ୍ତି। ତେବେ ଗତ କିଛି ବର୍ଷରୁ ରେମଣ୍ଡ ଏହାର କଞ୍ଜ୍ୟୁମର କେୟାର ବ୍ୟବସାୟକୁ ବିକ୍ରି କରିବାକୁ ଚାହୁଛି। ଏଥିପାଇଁ ପୂର୍ବରୁ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ Good Glamm ଗ୍ରୁପ୍‌ ସହ ଏନେଇ କଥାବାର୍ତ୍ତା ହୋଇଥିବା ନେଇ କୁହାଯାଉଥିଲା। ସେହିଭଳି ଗୋଦରେଜ୍ କଞ୍ଜ୍ୟୁମର ଏହାର ବ୍ୟବସାୟକୁ ବିସ୍ତାର କରିବାକୁ ଚାହୁଛି। ଏହି କ୍ରମରେ କମ୍ପାନୀ Bblunt ଅକ୍ତିଆର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.