oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଗୋଧ୍ରା ଟ୍ରେନ୍ ପୋଡି ଘଟଣା : ୧୯ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

16/02/2021 at 10:51 AM

ଅହମ୍ମଦାବାଦ, ୧୬|୦୨ : ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଷ୍ଟେସନରେ ପ୍ରାୟ ୧୯ ବର୍ଷ ତଳେ ଟ୍ରେନ୍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗୁଜୁରାଟ ପୋଲିସ ଗୋଧ୍ରାରୁ ରଫିକ୍ ହୁସେନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ପଞ୍ଚମହଲ ପୋଲିସର କହିବାନୁସାରେ, ରଫିକ ହୁସେନ୍ ସେହି ଗୋଷ୍ଠୀରେ ଥିଲା ଯେଉଁମାନେ ଗୋଧ୍ରା କାଣ୍ଡର ଷଡଯନ୍ତ୍ର ରଚିଥିଲେ । ସେ ଗତ ୧୯ ବର୍ଷ ଧରି ଫେରାର ଥିଲା । ସୂଚନା ଅନୁସାରେ, ପୋଲିସକୁ କିଛି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଷ୍ଟେସନ ନିକଟରୁ ଏକ ଘରେ ଚଢଉ କରି ରଫିକକୁ ଗିରଫ କରାଯାଇଥିଲା ।

ପୋଲିସର କହିବାନୁସାରେ, ଟ୍ରେନର ବଗିକୁ ଜାଳିବା ପାଇଁ ପେଟ୍ରୋଲ ବ୍ୟବହାର ହୋଇଥିଲା । ହିଂସାକୁ ଉସକାଇବା ଓ ଷଡଯନ୍ତ୍ର ରଚିବାରେ ରଫିକର ବଡ ହାତ ଥିଲା । ତା ବିରୋଧରେ ହତ୍ୟା ଓ ଦଙ୍ଗା ସୃଷ୍ଟି କରିବା ଭଳି ଧାରା ଲାଗିଛି । ସେ ସେହି ସମୟରେ ଷ୍ଟେସନରେ ଏକ ଶ୍ରମିକ ଭାବେ କାମ କରୁଥିଲା । ଯେତେବେଳେ ଟ୍ରେନରେ ପଥର ମାଡ କରି ନିଆଁ ଲଗାଯାଇଥିଲା ସେତେବେଳେ ରଫିକ୍ ମଧ୍ୟ ଏଥିରେ ସାମିଲ ଥିଲା । କିନ୍ତୁ ଏହାପରଠୁ ରଫିକ୍ ଫେରାର ହୋଇ ଦିଲ୍ଲୀରେ ଲୁଚିଥିଲା ।

ସୂଚନାଯୋଗ୍ୟ, ଗୁଜୁରାଟରେ ୨୦୦୨ ଫେବ୍ରୁଆରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନରେ କାରସେବକଙ୍କ ଟ୍ରେନକୁ ଜାଳି ଦିଆଯାଇଥିଲା । ଏଥିରେ ମୋଟ୍ ୫୯ କାରସେବକ ପ୍ରାଣ ହରାଇଥିଲେ । ଏହାପରେ ୨୦୦୨ରେ ଗୁଜୁରାଟ ଦଙ୍ଗା ହୋଇଥିଲା ।

   Related Posts