ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

OTTରେ ରିଲିଜ୍ ହେଲା ମଲ୍ଟିଷ୍ଟାର ଫିଲ୍ମ ‘ଗଡଫାଦର’, ଚିରଞ୍ଜୀବୀଙ୍କ ପାଇଁ ଫ୍ରି’ରେ କାମ କରିଥିଲେ ସଲମାନ

20/11/2022 at 2:14 PM

ମୁମ୍ଵାଇ ୨୦।୧୧: ସାଉଥ ସୁପରଷ୍ଟାର ଚିରଞ୍ଜୀବୀ। ଲେଡି ସୁପରଷ୍ଟାର ନୟନ୍ତରା ଏବଂ ବଲିଉଡ୍‌ର ଭାଇଜାନ ସଲମାନ ଖାନ। ଏହି ମଲ୍ଟି ଷ୍ଟାରର ଫିଲ୍ମ ‘ଗଡଫାଦର’ ନିକଟରେ ରିଲିଜ୍‌ ହୋଇଥିଲା। ଯାହାକୁ ଓଟିଟିରେ ଦେଖିବା ପାଇଁ ଦର୍ଶକ ଆଗ୍ରହ ସହ ଅପେକ୍ଷା କରିଛନ୍ତି। ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବା ପରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ଫିଲ୍ମଟି ୧୯ ନଭେମ୍ବର ଠାରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଛି। ଚିରଞ୍ଜୀବୀଙ୍କ ପ୍ରଶଂସକମାନେ ବର୍ତ୍ତମାନ ଏହାକୁ OTT ରେ ମଧ୍ୟ ଉପଭୋଗ କରିପାରିବେ।

ତେଲୁଗୁ ଆକ୍ସନ୍ ଫିଲ୍ମ ‘ଗଡଫାଦର’ ହେଉଛି ମାଲାୟାଲମ୍ ବ୍ଲକବଷ୍ଟର ‘ଲୁସିଫର୍’ର ଏକ ଅଫିସିଆଲ୍ ରିମେକ୍ ।ଏହି ଚଳଚ୍ଚିତ୍ରଟି ୫ ଅକ୍ଟୋବରରେ ସାରା ଭାରତରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରରେ ସଲମାନ ଖାନଙ୍କର ଏକ କ୍ୟାମିଓ ଭୂମିକା ଅଛନ୍ତି। ଯାହାକୁ ଦର୍ଶକମାନେ ପସନ୍ଦ କରିଥିଲେ। ନିକଟରେ ନେଟଫ୍ଲିକ୍ସ ଇନଷ୍ଟାଗ୍ରାମରେ ଫିଲ୍ମର ଡିଜିଟାଲ ପ୍ରିମିୟର ଘୋଷଣା କରିବା ସହ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, “ଟଲିଉଡ ମେଗାଷ୍ଟାର ବଲିଉଡ ମେଗାଷ୍ଟାରଙ୍କୁ ଭେଟିଛନ୍ତି। ୧୯ ନଭେମ୍ବରରେ ନେଟଫ୍ଲିକ୍ସକୁ ଆସୁଛି ଗଡଫାଦର …”

କହିବାକୁ ଗଲେ ଗଡଫାଦର ୱାଲ୍ଡୱାଇଡ୍‌ ବକ୍ସ ଅଫିସ୍ କଲେକସନ୍‌ ୧୦୦କୋଟିରୁ ଅଧିକ ବ୍ୟବସାୟ କରିଥିଲା। ମୋହନ ରାଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତରେ ମଧ୍ୟ ଏକ ଜବରଦସ୍ତ ଓପନିଂ କରିଛି। ଆମେରିକାରେ ୧ମିଲିୟନ୍ ଡଲାରର ବକ୍ସ ଅଫିସ୍ ମାର୍କ ଅତିକ୍ରମ କରିଥିଲା।

ଫିଲ୍ମ ହିଟ୍ ହେବାପରେ ଚିରଞ୍ଜୀବୀ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ସଲମାନ ଖାନଙ୍କୁ ପ୍ରଶଂସା କରି ଏକ ବିଶେଷ ବାର୍ତ୍ତା ଲେଖିଥିଲେ। ସେ କହିଥିଲେ- ଫିଲ୍ମରେ ‘ମାସୁଦ ଭାଇ’ ରୂପରେ ସଲମାନ ଖାନଙ୍କ ଭୂମିକା ଫିଲ୍ମର “ଚମତ୍କାର ସଫଳତା” ର କାରଣ ପାଲଟିଛି। କହିବାକୁ ଗଲେ ସଲମାନ ଏହି ଚଳଚ୍ଚିତ୍ର ପାଇଁ କୌଣସି ଫି’ ଚାର୍ଜ କରିନାହାଁନ୍ତି। ବରଂ ସେ ଚିରଞ୍ଜୀବୀଙ୍କ ପାଇଁ ମାଗଣାରେ କାମ କରିଥିଲେ।

   Related Posts