ଟ୍ରାକରୁ ଖସିଲା ଗୋଦାବରୀ ଏକ୍ସପ୍ରେସର ୬ଟି କୋଚ୍, ବାତିଲ ହେଲା ସମସ୍ତ ଟ୍ରେନ୍  

Published By : Prameya-News7 Bureau | February 15, 2023 IST

ହାଇଦ୍ରାବାଦ ୧୫।୦୨: ଟ୍ରାକରୁ ଖସିଲା ଗୋଦାବରୀ ଏକ୍ସପ୍ରେସର ୬ଟି କୋଚ୍ । ବିଶାଖାପାଟନମ୍-ସିକନ୍ଦରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସ ତେଲେଙ୍ଗାନାର ବିବିନଗର ନିକଟରେ ଲାଇନଚ୍ୟୁତ ହୋଇଛି । ଏନେଇ ଦକ୍ଷିଣ-କେନ୍ଦ୍ରୀୟ ରେଳ ଟୁଇଟ୍ କରି ସୂଚନା ଦେଇଛି ।

{"id":746084,"width":803,"height":602,"sizeSlug":"full","linkDestination":"none"}

ତେବେ ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ । ଲାଇନଚ୍ୟୁତ ହେବା ପରେ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି । ଯାହାପରେ ଉଭୟପଟୁ ୭ଟି ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ୍ ହୋଇଛି । ଏଥିସହିତ 12 ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଥିବା ବେଳେ ଅନ୍ୟ ଟ୍ରେନକୁ ଡାଇଭର୍ଟ କରାଯାଇଛି ।

{"id":746085,"width":772,"height":579,"sizeSlug":"full","linkDestination":"none"}

ସେପଟେ ଖବର ପାଇ ରେଲୱେର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରା ପହଞ୍ଚି ଯାତ୍ରୀଙ୍କୁ ସ୍ଥାନାନ୍ତର କରିଥିଲେ ଏବଂ ଦୁର୍ଘଟଣାର ଅନୁଧ୍ୟାନ କରିଛନ୍ତି । ସେହିପରି ମରାମିତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.