ଗଛ କୋରଡରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚାତୁର୍ଯ୍ୟ

Published By : Prameya-News7 Bureau | October 20, 2022 IST

ବୌଦ୍ଧ ୨୦/୧୦: ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେଲିବନ୍ଧ ପଂଚାୟତ ରାମପୁର ମାରୁତି ମଠ ଠାରେ ବହୁ ଦିନ ପୂର୍ବର ଏକ ମହୁଲ ବୃକ୍ଷ ରହି ଅଛି । ଏହି ବୃକ୍ଷ ଉପରେ ବର, ପିପ୍ପଳ, ମହୁଲ , ଲିମ୍ବ ଆଦି ବୃକ୍ଷ ସଙ୍ଗମ ହୋଇଥିବା ବେଳେ ସେଇ ମହୁଲ ବୃକ୍ଷ ଉପରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଥିବା ମନମୁଣ୍ଡା ଥାନା ମନୁପାଲି ଗ୍ରାମର ଚିତ୍ରକର କରୁଣାକର ଘଣ୍ଟୁଆଲ ଦେଖିବାକୁ ପାଇଥିଲେ ।

ଏଣୁ କାଳ ବିଳମ୍ବ ନକରି ସେଠାରେ ରଙ୍ଗ ବୋଳି ଦେବା ସହ ତାହାକୁ ଆହୁରି ସୁନ୍ଦର କରିବାରେ ଲାଗି ପଡ଼ିଥିଲେ । ତାଙ୍କୁ ଛେଳିବାହାଲ ଗ୍ରାମର ଧୀରେନ ସାହୁ, ଆନନ୍ଦପୁର ଗ୍ରାମର ତରଣୀ ମେହେର ସହଯୋଗ କରିବା ଯୋଗୁଁ ସେଇ ବୃକ୍ଷରେ ଥିବା କୋରଡ଼ ଗୁଡିକରେ ଆବିର୍ଭାବ ଥିବା ଠାକୁର ଗଣେଷ, ଜଗନ୍ନାଥ, ସପ୍ତଫେଣୀ ନାଗ, ରାଧା, ବାଛୁରୀ, ଛିନ୍ନମସ୍ତକା, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦେଖିବାକୁ ପାଇଥିଲେ ।

wp:html /wp:html

ସେଇଠାରୁ ସେଇ ମୂର୍ତ୍ତି ଗୁଡିକ ମଧ୍ୟ ରଙ୍ଗ ତୋଳି ଦେଇ ଜୀବନ୍ତ ରୂପ ଦେଇ ଥିବାରୁ ସେଠାରେ ଦେଖିବାକୁ ବହୁ ସମାଗମ ହେଉଥିବା ଜଣାପଡୁଛି । ମହୁଲ ବୃକ୍ଷର ଦେହରେ ଠାକୁର ମାନଙ୍କ ଆବିର୍ଭାବ ଯୋଗୁଁ ମାରୁତି ମଠରେ ଥିବା ବାବା ମଠାଧୀଶ ରାମକୃଷ୍ଣ ଦାସ ଏହା ଏକ ଈଶ୍ୱରୀୟ ପୀଠ ହୋଇଥିବା ଯୋଗଁ, ଠାକୁର ଆବିର୍ଭାବ ହୋଇଥିବା ସୂଚନା ଦେଇଥିଲେ । ଏହି ବୃକ୍ଷର ସୁରକ୍ଷା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଲେ ଏହା ଲୋକ ଲୋଚନକୁ ଆସିବା ସହ ଏକ ପର୍ଯ୍ୟଟନ ମାନ୍ୟତା ମିଳି ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.