ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ମଥୁରାରେ ଠାକୁର ବି ଦେଉଛନ୍ତି ‘ଆୟକର’! ଶୁଳ୍କର ପରିମାଣ ଜାଣିଲେ ଯେ କେହିବି ହେବ ଆଶ୍ଚର୍ଯ୍ୟ

23/10/2022 at 5:06 PM

ମଥୁରା ୨୩।୧୦: ବୃନ୍ଦାବନର ଅଧିଶ୍ୱର ଠାକୁର ବାଙ୍କେବିହାରୀ ତାଙ୍କର ଆୟକର ଜମା କରିଦେଇଛନ୍ତି।  କର ବାବଦକୁ ମନ୍ଦିର ପକ୍ଷରୁ କୋଟିରେ ଶୁଳ୍କ ପୈଠ କରାଯାଇଛି। ଠାକୁର ବାଙ୍କେବିହାରୀଙ୍କ ମାସିକ ଆୟ୪ରୁ ୬ କୋଟି ଟଙ୍କା। ଏଥିରେ ମନ୍ଦିରର ବାର୍ଷିକ ଆୟ ୭୨ କୋଟି ଟଙ୍କା ଦର୍ଶା ଯାଉଛି। ସେହି ଅନୁସାରେ ମନ୍ଦିର ପକ୍ଷରୁ ସମୟାନ୍ତରରେ ଆୟକର ଦାଖଲ କରିଦିଆଯାଉଛି।

୨୦୧୨ ମସିହାରେ ଆୟକର ବିଭାଗ ଠାକୁର ବାଙ୍କେବିହାରୀଙ୍କ ନାମରେ ମନ୍ଦିରକୁ ନୋଟିସ୍ କରିଥିଲେ। ଏଥିରେ ଠାକୁରଙ୍କ ଆୟ ସାର୍ବଜନିକ କରିବାକୁ କୁହାଯାଇଥିଲା। ତେବେ ମନ୍ଦିର କମିଟି ନୋଟିସ୍‌ର କୌଣସି ଜବାବ ଦେଇନଥିଲେ। ତେବେ ନୋଟିସ୍ ପରେ ଠାକୁର ବାଙ୍କେବିହାରୀଙ୍କ ନାମରେ ଆୟକର ଜମା ପ୍ରକ୍ରିୟା ଆରମ୍ଭ କରିଦିଆଯାଇଥିଲା। ଏହି ପ୍ରକ୍ରିୟା ଗତ ୧୦ ବର୍ଷ ହେଲା ଚଳିଆସୁଥିବା ବେଳେ କେବଳ ଗତବର୍ଷ ମନ୍ଦିର କମିଟି ୨୦ କୋଟି ଟଙ୍କା ଆୟକର ଦାଖଲ କରିଛନ୍ତି।

ତେବେ ମନ୍ଦିର ପକ୍ଷରୁ ଆୟକର ଦାଖଲ ପରଠାରୁ ଚଳାଯାଉଥିବା ବିଭିନ୍ନ ସେବାର୍ଥ କାର୍ଯ୍ୟ ସ୍ୱଭାବିକ ହୋଇପାରୁ ନାହିଁ। ଆୟକର ଦାଖଲ ପ୍ରକ୍ରିୟାରେ ୨୦୨୧-୨୨ର ଆୟ ଉପରେ ଗତ ସେପ୍ଟେମ୍ବର ମାସରେ ସାଢେ ୩ କୋଟି ଟଙ୍କା ଆୟକର ଭାବେ ଦାଖଲ କରାଯାଇଛି। ଏହି ସୂଚନା ମନ୍ଦିର ପ୍ରବନ୍ଧକ ଉମେଶ ଶାରସ୍ୱତ ଦେଇଛନ୍ତି। ଏଥିରେ ବାଙ୍କେବିହାରୀଙ୍କ ବ୍ୟାଙ୍କ ଖାତା କଥା ଉଠିଲେ ଠାକୁରଙ୍କ ନାମରେ ବ୍ୟାଙ୍କ ଖାତାରେ ୨୪୮ କୋଟି ଟଙ୍କା ଜମା ରହିଛି।

   Related Posts