ଚଢ଼ଉ କରି ୭୦ କିଲୋ ଗଞ୍ଜେଇ ଜବତ କଲା ଗୋଛାପଡ଼ା ପୋଲିସ
6/09/2022 at 5:18 PM

ଫୁଲବାଣୀ ୦୬/୦୯: ସୋମବାର ବିଶେଷ ସୂତ୍ରରୁ ଖବର ପାଇ ଗୋଛାପଡ଼ା ଥାନାଧିକାରୀ ରଣଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ଉ କରି ୭୦ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଏକ ମାରୁତି ଏଟ୍ରିଗା କାର୍ ଜବତ ହୋଇଛି। ଏହି କାର୍ରେ ଗଞ୍ଜେଇ ଚାଲାଣା ହେଉଥିଲା। ପୋଲିସକୁ ଦେଖି ଡ୍ରାଇଭର ଜଙ୍ଗଲ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛିl ଏନେଇ ଗୋଛାପଡ଼ା ପୋଲିସ ଅଭିଯୋଗ ନମ୍ୱର ୧ ୧ ୦/୨ ୨ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ବୋଲି ଗୋଛାପଡ଼ା ଥାନାଧିକାରୀ କହିଛନ୍ତିl
ଥାନାଧିକାରୀ ରଣଜିତ କୁମାର ମୁନିଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠାପର ଉଦ୍ୟମ ପାଇଁ ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ କାରବାର ରୋକାଯାଇ ପାରିଛିl ଗୋଛାପଡ଼ା ଅଞ୍ଚଳରେ ଦିନ ରାତି ପେଟ୍ରୋଲିଙ୍ଗ କରିବା ଫଳରେ ଗଞ୍ଜେଇ ମାଫିଆମାନେ ସାବାଡ଼ ହେବା ସହିତ ଅସାମାଜିକ କାର୍ଯ୍ୟ ମଧ୍ୟ କମିଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023