ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ନିଜ ଆଡ଼ୁ ମାମଲା ରୁଜୁ କଲେ OHRC, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
20/12/2022 at 3:55 PM

ସମ୍ୱଲପୁର, ୨୦/୧୨: ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ । ଜେଲ ବିଭାଗ ସ୍ବତନ୍ତ୍ର ଡିଜି, ବଲାଙ୍ଗିର ଏସଆଇଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ୍ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଏହି ଆତ୍ମହତ୍ୟା ଘଟଣାକୁ ନେଇ ସାମ୍ବାଦିକ ସମ୍ବିଳନୀ କରିଛନ୍ତି ଉତ୍ତରାଞ୍ଚଳ ପୋଲିସ ଆଇଜି ଡ.ଦୀପକ କୁମାର । ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । NHRC, ସୁପ୍ରିମକୋର୍ଟ ଓ ଜୁଡିସିଆଲ ଗାଇଡଲାଇନ୍ ଅନୁସାରେ ତଦନ୍ତ ହେବ ବୋଲି ସେ କହିଛନ୍ତି। ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଯାଞ୍ଚ ସହ ବ୍ୟବଚ୍ଛେଦ ହେବ । ଯାହାର ଭିଡିଓଗ୍ରାଫି ମଧ୍ୟ ହେବବୋଲି କହିଛନ୍ତି ଆଇଜି। ତେବେ ଜେଲ ଡ଼ିଆଇଜି ମଧ୍ୟ ଏହାକୁ ନେଇ ତଦନ୍ତ କରିବେ । ତାଙ୍କ ତଦନ୍ତ ପରେ ସବିଶେଷ ତଥ୍ୟ ସମ୍ନାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି।