ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା, କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଆଇଜି
20/12/2022 at 3:45 PM

ସମ୍ୱଲପୁର, ୨୦/୧୨: ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣାକୁ ନେଇ ସାମ୍ବାଦିକ ସମ୍ବିଳନୀ କରିଛନ୍ତି ଉତ୍ତରାଞ୍ଚଳ ପୋଲିସ ଆଇଜି ଡ.ଦୀପକ କୁମାର । ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । NHRC, ସୁପ୍ରିମକୋର୍ଟ ଓ ଜୁଡିସିଆଲ ଗାଇଡଲାଇନ୍ ଅନୁସାରେ ତଦନ୍ତ ହେବ ବୋଲି ସେ କହିଛନ୍ତି। ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଯାଞ୍ଚ ସହ ବ୍ୟବଚ୍ଛେଦ ହେବ । ଯାହାର ଭିଡିଓଗ୍ରାଫି ମଧ୍ୟ ହେବବୋଲି କହିଛନ୍ତି ଆଇଜି। ତେବେ ଜେଲ ଡ଼ିଆଇଜି ମଧ୍ୟ ଏହାକୁ ନେଇ ତଦନ୍ତ କରିବେ । ତାଙ୍କ ତଦନ୍ତ ପରେ ସବିଶେଷ ତଥ୍ୟ ସମ୍ନାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି।
Related Posts
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023