ଦିନ ଦ୍ୱିପ୍ରହରରେ କରୁଥିଲେ ଛେଳି ଚୋରି, ଧରି ପକାଇଲେ ଲୋକେ, ଓଃ କି ମାଡ଼...

Published By : Prameya-News7 Bureau | October 10, 2021 IST

ସାଲେପୁର, ୧୦।୧୦: ଲୋକଙ୍କ ହାତରେ ଧରାପଡ଼ିଲା ଛେଳିଚୋର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ଗୁହାଳି ଠାରେ। ଦିନ ଦ୍ଵିପହରରେ ଛେଳି ଚୋରି କରୁଥିବାବେଳେ ଲୋକଙ୍କ ହାତରେ ଧରାପଡ଼ିଲା ଛେଳିଚୋର। ଏଥିସହ ଏକ ବାଇକ ମଧ୍ୟ ସ୍ଥାନୀୟ ଲୋକେ ଜବତ କରିଛନ୍ତି। ସ୍ଥାନୀୟ କିଶନନଗର ଥାନା ଅଂଚଳର ସେକ ରାଜା ବୋଲି ଛେଳି ଚୋର ଜଣଙ୍କ ନିଜର ପରିଚୟ ଦେଇଥିବା ଜଣାପଡିଛି।

ଲୋକମାନେ ଛେଳି ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଇ ଅଟକ ରଖି ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଥାନାକୁ ଆଣିଥିଲା। ଏହି ଅଂଚଳରେ ବାରମ୍ବାର ଛେଳି ଚୋରି ହେଉଥିବା ନେଇ ଆଗରୁ ବହୁବାର ସ୍ଥାନୀୟ ଲୋକେ କାବୁକରି ପୋଲିସର ଜିମା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.