ଭଞ୍ଜନଗର ୨୮।୬: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଞ୍ଚଳରେ ପୁଣି ଆନ୍ତଃରାଜ୍ୟ ଛେଳି ଏବଂ ମେଣ୍ଡା ଚୋରା ଚାଲାଣ ବଢିବାରେ ଲାଗିଛି । ଲକଡାଉନ୍ ଓ ସଟଡାଉନର ସୁଯୋଗ ନେଇ ଚୋରମାନେ ଟ୍ରକ୍ ଯୋଗେ ରାତିରେ ଛେଳି ମେଣ୍ଢା ଚୋରାଇ ଅନ୍ୟ ଜିଲ୍ଲାକୁ ପଳାଇ ଯାଉଛନ୍ତି । ଏହି ଚୋରା ଚାଲାଣ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଗତ ୭ତାରିଖ ମଧ୍ୟ ରାତ୍ରିରେ ଲୁଟେରାମାନେ ଏକ ଟ୍ରକ୍ ଯୋଗେ ବେଲଗୁଣ୍ଠା ଥାନା ନିକଟ ଚଢିଆପଲ୍ଲୀ ଗ୍ରାମରେ ପଶି ୨୦ରୁ ଉର୍ଦ୍ଧ୍ବ ଛେଳି ଏବଂ ମେଣ୍ଢାଙ୍କୁ ଏକ ଟ୍ରକରେ ଲୋଡ୍ କରି ନେଇଯାଇଛନ୍ତି । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏହି ଚୋରି ଯାଇଥିବା ସମସ୍ତ ଛେଳି ଏବଂ ମେଣ୍ଢା ଗ୍ରାମର ବିଜୁଳି ଗୌଡଙ୍କର । ସେ ଏନେଇ ବେଲଗୁଣ୍ଠା ଥାନାରେ ମଧ୍ୟ ଏତଲା ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୋରଙ୍କ ସନ୍ଧାନ ମିଳିପାରିନାହିଁ । କାରଣ ଯେଉଁ ଟ୍ରକରେ ଲୋଡ଼ କରି ନିଆଯାଇଛି, ସେହି ଗାଡିର ସଠିକ୍ ନମ୍ବର ଦେଖାଯାଉନାହିଁ । କିନ୍ତୁ ସିସିଟିଭିରୁ ଅନ୍ୟ କିଛି ସୂଚନା ମିଳିପାରୁଛି ।
ଗତ ବର୍ଷ ମଧ୍ୟ ଏହିପରି ଭାବର ଛେଳି ଓ ମେଣ୍ଢା ଚୋରି ହୋଇଥିଲା । କିନ୍ତୁ ପୋଲିସ ଧରିବାର ସଫଳ ହୋଇଥିଲା । କିନ୍ତୁ ଏଥର ପୋଲିସ କୌଣସି ସୁରାକ ପାଇପାରୁନାହିଁ । ତେଣୁ ଚଢିଆପଲ୍ଲୀ ଗ୍ରାମର ଛେଳି ଚାଷୀ ଚିନ୍ତାରେ ଅଛନ୍ତି । ପୋଲିସ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
wp:html/wp:htmlରାତି ରାତି ଟ୍ରକରେ ଚୋରି କରିନେଉଛନ୍ତି ଛେଳି ଓ ମେଣ୍ଢା#Odisha #thief pic.twitter.com/DsJcipTiX1
— Prameya News7 (@NEWS7Odia) June 28, 2021