୨୦୨୩ରେ ଗୋଆରେ ଆୟୋଜନ ହେବ ୩୭ତମ ରାଷ୍ଟ୍ରୀୟ ଖେଳ, ଭାରତୀୟ ଅଲିମ୍ପିକ ସଂଘର ଘୋଷଣା

Published By : Prameya-News7 Bureau | October 08, 2022 IST

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ ଶନିବାର ୩୭ତମ ରାଷ୍ଟ୍ରୀୟ ଖେଳର ଆୟୋଜନ ଗୋଆରେ ହେବ ବୋଲି ଘୋଷଣା କରିଛି । ଗୋଆ ରାଜ୍ୟ ସରକାର ଖେଳର ଆୟୋଜନ କରିବା ନେଇ ଆଇଓଏକୁ ନିଜର ମଞ୍ଜୁରୀ ସହ ଅବଗତ କରାଇଛନ୍ତି ।

ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହତା ଗୋଆ ଖେଳ ସଚିବଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ଗୋଆରେ ୨୦୨୩ରେ ୩୭ତମ ରାଷ୍ଟ୍ରୀୟ ଖେଳର ଆୟୋଜନ ପାଇଁ ଗୋଆ ସରକାରଙ୍କ ସମର୍ଥନରେ ଆଇଓଏ ଖୁସି ଅଛି । ଏହାସହ ୩୭ତମ ରାଷ୍ଟ୍ରୀୟ ଖେଳ ଆୟୋଜନ ପାଇଁ ଆଇଓଏ ସ୍ୱୀକୃତି ପ୍ରଦାନ କରୁଛି ।

ଚିଠିରେ ସେ କହିଛନ୍ତି, ଗୋଆ ପ୍ରତିନିଧିମଣ୍ଡଳ ୨୦୨୨ ଅକ୍ଟୋବର ୧୨ରେ ଗୁଜରାଟ ସୁରଟରେ ୩୬ତମ ରାଷ୍ଟ୍ରୀୟ ଖେଳର ଉଦଯାପନୀ ସମାରୋହରେ ଆଇଓଏର ଧ୍ୱଜା ଗ୍ରହଣ କରିପାରିବ । ଭାରତୀୟ ଅଲିମ୍ପିକ ସଂଘ କହିଛି, ଏହି ଖେଳ ଗୁଡିକ ତାରିଖର ନିଷ୍ପତ୍ତି ପରେ ନିଆଯିବ।

୨୦୦୮ ରାଷ୍ଟ୍ରୀୟ ଖେଳର ଆୟୋଜନ ପାଇଁ ଗୋଆକୁ ଅଧିକାର ଦିଆଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଏହାକୁ ଆୟୋଜନ କରିବାରେ ରାଜ୍ୟ ବିଫଳ ହୋଇଥିଲା । ଏହି କାରଣରୁ ଆଇଓଏ ୩୬ତମ ରାଷ୍ଟ୍ରୀୟ ଖେଳର ଆୟୋଜନ ଦାୟିତ୍ୱ ଗୁଜରାଟକୁ ଦେଇଥିଲା । କମ ସମୟରେ ଏହାର ଆୟୋଜନ କରିବାକୁ ଗୁଜରାଟ ସହମତି ପ୍ରକାଶ କରିଥିଲା ।

ଶେଷ ଥର ପାଇଁ ୨୦୧୫ ମସିହାରେ ରାଷ୍ଟ୍ରୀୟ ଖେଳର ଆୟୋଜନ କେରଳରେ ହୋଇଥିଲା । ଏହାପରେ ୩୬ତମ ରାଷ୍ଟ୍ରୀୟ ଖେଳ ୨୦୧୬ ନଭେମ୍ୱରରେ ଗୋଆ ଆୟୋଜନ କରିଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.