ବାଂଲାଦେଶ ଚାଲିଯାଅ... AIUDF ମୁଖ୍ୟ ବଦରୁଦ୍ଦୀନଙ୍କ ମୁସଲିମ ଫର୍ମୁଲା ଉପରେ ଆସାମ ବିଜେପି ବିଧାୟକଙ୍କ ଜବାବ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଆସାମ ବିଜେପି ବିଧାୟକ ଦିଙ୍ଗାତ କଲିତା ଶନିବାର ବଦରୁଦ୍ଦୀନ ଅଜମଲଙ୍କ ଟିପ୍ପଣୀ ଉପରେ କଡ଼ା ଜବାବ ଦେଇଛନ୍ତି । ହିନ୍ଦୁମାନେ ବିବାହ ପାଇଁ ମୁସଲମାନଙ୍କ ଫର୍ମୁଲା ଆପଣାଇବା ଦରକାର ନେଇ ଅଜମଲଙ୍କ ବୟାନ ଉପରେ ଜବାବ ଦେଇ କଲିତ କହିଛନ୍ତି, ସେ ବାଂଲାଦେଶ ଚାଲିଯିବା ଦରକାର ।

କଲିତା କହିଛନ୍ତି, 'ଆପଣ ମୁସଲମାନ ଏବଂ ଆମେ ହିନ୍ଦୁ । ଆମ ଆପଣଙ୍କ ଠାରୁ ଶିଖିବୁ ? ଏହା ଭାଗବାନ ରାମ ଏବ ଦେବୀ ସୀତାଙ୍କ ଦେଶ । ଏଠାରେ ବାଂଲାଦେଶୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ଆମେ ମୁସଲମାନଙ୍କ ଠାରୁ ଶିଖିବାର ଆବଶ୍ୟକତା ନାହିଁ' । ସେ କହିଛନ୍ତି, 'ଏହିପରି କଥା କହି ଆପଣ ନିଜ ମାଆ ଏବଂ ଭଉଣୀଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ମୁଁ ଏହାକୁ ନିନ୍ଦା କରୁଛି ଏବଂ ଆପଣଙ୍କୁ ଚେତାବନୀ ଦେଉଛି ଯେ ଏପରି କର ନାହିଁ ନଚେତ ବାଂଲାଦେଶ ଚାଲିଯାଇ ଏପରି କର। ହିନ୍ଦୁ ଏହାକୁ ସ୍ୱୀକାର କରିବେ ନାହିଁ । ରାଜନୀତି ପାଇଁ ଏତେ ତଳକୁ ଖସନ୍ତୁ ନାହିଁ । ମାଆ ଏବଂ ଭଉଣୀଙ୍କ ଗାରିମା ଉପରେ କୁଠାରଘାତ କରନ୍ତୁ ନାହିଁ'।     

AIUDF ମୁଖ୍ୟ ବଦରୁଦ୍ଦୀନ ଅଜମଲ ଶୁକ୍ରବାର ଏକ ବିବାଦୀୟ ବୟାନ ଦେଇଥିଲେ । ହିନ୍ଦୁମାନେ ମୁସଲମାନ ଫର୍ମୁଲା ଆପଣାଇବା ଦରକାର ଏବଂ ନିଜ ପିଲାଙ୍କ ବିବାହ କମ ବୟସରେ କରାଇବା ଦରକାର । ଅଜମଲ କହିଥିଲେ, ମୁସଲମାନ ପୁରୁଷ ୨୦-୨୨ ବର୍ଷରେ ବିବାହ କରୁଛନ୍ତି ଏବଂ ମୁସଲମାନ ମହିଳାମାନେ ମଧ୍ୟ ସରକାରଙ୍କ ଧାର୍ଯ୍ୟ ବୟସ ପରେ ୧୮ ବର୍ଷରେ ବିବାହ କରୁଛନ୍ତି । ଅନ୍ୟପଟେ ହିନ୍ଦୁ ବିବାହ ପୂର୍ବରୁ ଗୋଟିଏ, ଦୁଇଟି କିମ୍ୱା ତିନି ଅବୈଧ ପତ୍ନୀ ରଖୁଛନ୍ତି, ସେମାନେ ପିଲା ଜନ୍ମ କରନ୍ତି ନାହିଁ, ମଜାମସ୍ତି କରନ୍ତି ଏବଂ ଟଙ୍କା ବଞ୍ଚାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.