ପାନ କାର୍ଡ ସମ୍ବନ୍ଧୀୟ ନୂଆ ଖବର : ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ ହୋଇଛି ନା ନାହିଁ ନିଜେ ଜାଣିପାରିବେ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩/୪ : ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ପାନ କାର୍ଡ ବିନା ବ୍ୟାଙ୍କ କାମ କି ଅନ୍ୟ କୌଣସି ଟ୍ୟାକ୍ସ କାମ ହୋଇପାରିବ ନାହିଁ | ସେଥିପାଇଁ ପାନ କାର୍ଡ ତିଆରି କରାଇବା ସମସ୍ତଙ୍କ ପାଇଁ ନିହାତି ଜରୁରୀ | କିଛି ଦିନ ପୂର୍ବରୁ ସରକାରଙ୍କ ତରଫରୁ ନିୟମ ଜାରି ହୋଇଥିଲା ଯେ, ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ଅନିବାର୍ଯ୍ୟ | କିନ୍ତୁ ଅନେକ ଲୋକ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିପାରିନାହାନ୍ତି | ଯେଉଁଥିପାଇଁ ସେମାନେ ଏବେ ଚିନ୍ତିତ ହୋଇପଡିଛନ୍ତି | କିନ୍ତୁ ସେମାନଙ୍କ ସମସଦତ ଚିନ୍ତା ଦୂର ହୋଇଯିବ | ପାନ କାର୍ଡକୁ ନେଇ ସରକାର ପୁଣି ଏକ ନୂଆ ନିୟମ ଜାରି କରିଛନ୍ତି |

{"id":106332}

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସରକାର କହିଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ କାର୍ଡ ଆଧାର କାର୍ଡ ସହ ଲିଙ୍କ ନହେଲେ ପାନ କାର୍ଡ ବେକାର ହୋଇଯିବ | କିନ୍ତୁ ପୁଣିଥରେ ସରକାର ପାନ କାର୍ଡ ଆଧାର କାର୍ଡ ଲିଙ୍କ ଅବଧିକୁ ବଢ଼ାଇ ଦେଇଛନ୍ତି | ଆଧାର କାର୍ଡ ଲିଙ୍କ ଅବଧି ବଢାଇବା ପରେ ଲୋକଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି | ଆଧାର ଲିଙ୍କ ଅବଧିକୁ ସରକାର ମାର୍ଚ୍ଚ ୩୧ ତାରିଖରୁ ବଢ଼ାଇ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କରିଛନ୍ତି | ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ, ଏପ୍ରିଲ ୧ ତାରିଖ ପରେ ଆଧାର କାର୍ଡ ବିନା ଆୟକର ରିଟର୍ନ ଦିଆଯାଇ ପାରିବନାହିଁ |

ପାନ କାର୍ଡ ଓ ଆଧାର କାର୍ଡ ଲିଙ୍କ କରିବା ପାଇଁ ଏହି ଆଦେଶ ପ୍ରଥମଥର ପାଇଁ ହୋଇନଥିଲା | ଏହା ପୂର୍ବରୁ ମଧ୍ୟ ଅନେକଥର ଏହି ଆଦେଶ ଦିଆଯାଇଥିଲା | ଆଧାର ଲିଙ୍କ ସମୟ ସୀମା ମଧ୍ୟ ୬ ଥର ବଢ଼ାଇ ଦିଆଯାଇଛି |

{"id":106333}

ଯଦି ଆପଣ ମାର୍ଚ୍ଚ ୩୧ ତାରିଖ ଭିତରେ ପାନ କାର୍ଡ ଆଧାର କାର୍ଡ ଲିଙ୍କ କରିସାରିଛନ୍ତି ତାହେଲେ ଆୟକର ବିଭାଗର ୱେବସାଇଟ (www.incometaxindiaefiling.gov. in) ଯାଇ ନିଜେ ଚେକ କରି ନିଶ୍ଚିନ୍ତ ହୋଇଯାଆନ୍ତୁ | କିଛି ଦିନ ପୂର୍ବରୁ ସିବିଡିଟି ଚେୟାରମ୍ୟାନ ସୁନୀଲ ଚନ୍ଦ୍ରା ମଧ୍ୟ କହିଥିଲେ ଯେ, ଯଦି ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରାନଯାଏ ତାହେଲେ ପାନ କାର୍ଡକୁ ରଦ୍ଦ କରିଦିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.