ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଯାତ୍ରୀଙ୍କୁ ଛାଡି ଚାଲିଯିବା ଘଟଣାରେ ଗୋ ଫାଷ୍ଟ ଏୟାର୍‌ ଲାଇନ୍ସ ଉପରେ ୧୦ ଲକ୍ଷ ଫାଇନ୍

27/01/2023 at 6:14 PM

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଛାଡ଼ି ଚାଲିଯିବା ଅଭିଯୋଗରେ ଗୋ ଫାଷ୍ଟ ବିମାନ କମ୍ପାନୀକୁ ଫାଇନ କଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ। ଗୋ ଫାଷ୍ଟ ବିମାନ ଉପରେ ୧୦ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି। ଚଳିତ ମାସ ଆରମ୍ଭରେ ବେଙ୍ଗାଲୁରୁ ବିମାନବନ୍ଦରରେ ଗୋ ଫାଷ୍ଟ ବିମାନ ୫୦ରୁ ଅଧିକ ଯାତ୍ରୀଙ୍କୁ ଛାଡ଼ି ଚଲାଯାଇଥିଲା। ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଜାନୁଆରୀ ୯ ତାରିଖରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା  ଗୋ ପାଷ୍ଟ ବିମାନ ୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲା। ହେଲେ ବିମାନଟି ସମସ୍ତ ଯାତ୍ରୀଙ୍କ  ଲଗେଜ୍ ସାଥିରେ ନେଇଯାଇଥିଲା। ଏହାପରେ ଯାତ୍ରୀମାନେ ଆସନ୍ତୋଷ ବ୍ୟକ୍ତ କରି ସୋସିଆଲ୍ ମିଡିଆ ମାଧ୍ୟମରେ ବିଭାଗକୁ ଅବଗତ କରାଇବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଗୋ ଫାଷ୍ଟର ଜି୮୧୧୬ ବିମାନଟି ଯାତ୍ରୀଙ୍କୁ ଛାଡ଼ିଯାଇଥିବ ଜଣାପଡ଼ିଥିଲା।

ଏହି ଘଟଣା ପରେ ଡିଜିସିଏ ପକ୍ଷରୁ ଗୋ ଫାଷ୍ଟର ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏହାପରେ ଜାନୁଆରୀ ୨୫ରେ ଏୟାର ଲାଇନ୍ ପକ୍ଷରୁ ନୋଟିସର ଜବାବ ଦିଆଯାଇଥିଲା। ଯୋଗାଯୋଗ ଅଭାବରୁ ଏଭଳି ଘଟିଥିବା କମ୍ପାନୀ ଏୟାର୍‌ଲାଇନ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ଡିଜିସିଏ ଏୟାର ଲାଇନ୍‌ ଉପରେ ୧୦ ଲକ୍ଷ ଟଙ୍କା ଫାଇନ୍ କରିଛି। ସେଏଆର୍ ସେକ୍ସନ-୩, ସିରିଜ୍ C  Part-II ଏବଂ ATC-II ୨୦୧୯ର ଉଲ୍ଲଂଘନ ଦର୍ଶାଇ କମ୍ପାନୀକୁ ଫାଇନ୍ କରାଯାଇଛି।

   Related Posts