scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘୋର ଆର୍ଥିକ ସଙ୍କଟରେ ଗୋ ଫାଷ୍ଟ, ମେ ୯ ପର୍ଯ୍ୟନ୍ତ ରଦ୍ଦ କଲା ସବୁ ଉଡ଼ାଣ

4/05/2023 at 3:46 PM

ନୂଆଦିଲ୍ଲୀ, ୦୪/୦୫: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଗୋ ଫାଷ୍ଟ ଏବେ ମେ ୯ ତାରିଖ ପର୍ଯ୍ୟନ୍ତ ଏହାର ସବୁ ଉଡ଼ାଣ ରଦ୍ଦ କରିଛି। ଏନେଇ ଏୟାରଲାଇନ୍‌ ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ବିମାନ ରଦ୍ଦ ଯୋଗୁଁ ଯାତ୍ରୀଙ୍କୁ ହେଉଥିବା ଅସୁବିଧାକୁ ନେଇ ଦୁଃଖ ପ୍ରକାଶ କରିଛି କମ୍ପାନୀ। ଏହା ସହ ଏୟାର ଲାଇନ୍‌ ଆଗରୁ ଟିକେଟ୍ ବୁକ୍‌ କରିଥିବା ସବୁ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବା ନେଇ ମଧ୍ୟ କହିଛି। ସୂଚନାଥାଉକି, ମେ ୩ରୁ ତିନି ଦିନ ଧରି ଉଡ଼ାଣ ବନ୍ଦ କରିବା ନେଇ ଘୋଷଣା କରିଥିଲା। କିନ୍ତୁ ଏବେ ଏହି ସମୟକୁ ମେ ୯ ପର୍ଯ୍ୟନ୍ତ ବଢ଼ାଇଛି।

ଗୋ ଫାଷ୍ଟ ଡଜିସିଏକୁ କହିଛି ଯେ ଏୟାରଲାଇନ ମେ ୧୫ ପର୍ଯ୍ୟନ୍ତ ଟିକେଟ ବିକ୍ରି ସସପେଣ୍ଡ କରିଛି। ଏମିତିରେ କୁହାଯାଉଛି ଯେ ମେ ୧୫ ପର୍ଯ୍ୟନ୍ତ ଉଡ଼ାଣ ରଦ୍ଦ ହୋଇପାରେ। ସେହିପରି ଡିଜିସିଏ ଗୋ ଫାଷ୍ଟକୁ ଉଡ଼ାଣ ରଦ୍ଦ ହେବା ପରେ ଖୁବ୍‌ଶୀଘ୍ର ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ କହିଛି।

ଗୋ ଫାଷ୍ଟକୁ ରାଷ୍ଟ୍ରୀୟ କମ୍ପାନି ବିଧି ନ୍ୟାୟଧିକରଣ (ଏନସିଏଲଟି)ରୁ ମଧ୍ୟ ନିରାଶା ମିଳିଛି। ଏନସିଏଲଟି ଗୋ ଫାଷ୍ଟର ଯାଚିକା ଉପରେ ଶୁଣାଣି କରି ଅନ୍ତରୀଣ ଆଶ୍ବସ୍ତି ଦେବାକୁ ମନା କରିଛନ୍ତି। ଗୋ ଫାଷ୍ଟ ଏନସିଏଲଟିରେ ଅପିଲ୍‌ କରିଥିଲା ଯେ, ବିମାନ ଲିଜ୍‌ରେ ଦେଇଥିବା କମ୍ପାନୀଙ୍କୁ ବିମାନ ଫେରାଇ ନେବାରୁ ମନା କରିବା ଏବଂ ଡଜିସିଏକୁ କୌଣସି କାର୍ଯ୍ୟାନୁଷ୍ଠାନ କରିବାରୁ ରୋକିବା ନେଇ ଅପିଲ୍‌ କରିଥିଲା। ଓ୍ବାଡିଆ ମାଲିକାନାରେ ଥିବା ଗୋ ଫାଷ୍ଟ ଉପରେ ୧୧,୪୬୩ କୋଟିର ବକେୟା ରହିଛି। ତେବେ ଏନସିଏଲଟି ଆଇବିସି ଅନୁଯାୟୀ ଏଭଳି କୌଣସି ନିୟମ ନଥିବା କହି ଅନ୍ତରୀଣ ଆଶ୍ବସ୍ତି ଦେବାକୁ ମନା କରିଥିଲେ।

   Related Posts