GMR ଏୟାରପୋର୍ଟସ ୪୯% ମାଲିକାନା ଫ୍ରାନ୍ସ କମ୍ପାନୀକୁ ବିକ୍ରି

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧।୦୨:  ନିଜର ଅଂଶଧନ ବିକ୍ରି କରିଦେଇଛି ଭାରତୀୟ କମ୍ପାନୀ । ରଣ ଭାରରେ ବୁଡିରହିଥିବା GMR ଇନଫ୍ରାଷ୍ଟ୍ରଚର ଲିମିଟେଡ୍‌ ନିଜର ସହାୟକ କମ୍ପାନୀ GMR ଏୟାରପୋର୍ଟସ ଲିମିଟେଡ୍‌ର କିଛି ଅଂଶ ବିକ୍ରି କରିଛି । GMR ଏୟାରପୋର୍ଟସ ଲିମିଟେଡ୍‌ର ୪୯ପ୍ରତିଶତ ଅଂଶ ଫ୍ରାନ୍ସର ଏକ କମ୍ପାନୀକୁ ବିକ୍ରି କରିଦେଇଛି । ଫ୍ରାନ୍ସର ADP କମ୍ପାନୀକୁ ୧୦ହଜାର ୭୮୦କୋଟି ଟଙ୍କାରେ ନିଜର ୪୯ପ୍ରତିଶତ ଅଂଶ ବିକ୍ରି କରିଛି GMR ଏୟାରପୋର୍ଟସ ଲିମିଟେଡ୍‌। ଗୁରୁବାର ଦିନ ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଫ୍ରାନ୍ସର ADP କମ୍ପାନୀ ଯିଏକି ପ୍ୟାରିସ୍‌ର ବିଭିନ୍ନ ବିମାନବନ୍ଦର ପରିଚାଳନା କରୁଛି । ଏବେ ଏହି କମ୍ପାନୀ ଭାରତରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି । ଫ୍ରାନ୍ସରେ ତିନୋଟି ବିମାନରବନ୍ଦର ପରିଚାଳନା ଦାୟିତ୍ବ ଏବେ ADP କମ୍ପାନୀ ହାତରେ ରହିଛି । କେବଳ ଫ୍ରାନ୍ସ ନୁହେଁ ବିଶ୍ବର ବିଭିନ୍ନ ଦେଶର ନିଜର କରାବାର ରଖିଛି ADP କମ୍ପାନୀ । ତେବେ ଭାରତରେ ବ୍ୟବସାୟ କରିବ ଏହି ଫ୍ରାନ୍ସର କମ୍ପାନୀ ।

ସେହିପରି GMR କମ୍ପାନୀ ମଧ୍ୟ ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ବିମାନବନ୍ଦରର ପରିଚାଳନା କାର୍ଯ୍ୟ କରୁଛି । ତେବେ କମ୍ପାନୀର ରୁଣ ଭାର ଅତ୍ୟଧିକ ହୋଇଯାଇଥିବାରୁ ଏଭଲି ନିଷ୍ପତ୍ତି ନେଇଛି ବୋଲି ଜଣାପଡିଛି । ଏହି ଭାରତୀୟ କମ୍ପାନୀ  ଫ୍ରାନ୍ସର ADP କମ୍ପାନୀକୁ ନିଜର ବ୍ୟବସାୟର ୪୯ପ୍ରତିଶତ ଅଂଶ ବିକ୍ରି କରିଦେଇଛି । ଫ୍ରାନ୍ସର ADPକମ୍ପାନୀକୁ ୧୦ହଜାର ୭୮୦କୋଟି ଟଙ୍କାରେ ନିଜର ୪୯ପ୍ରତିଶତ ଅଂଶଧନ ବିକ୍ରି କରିଛି GMR । ଏହାପୂର୍ବରୁ GMR ତାର କିଛି ଅଂଶ ଅନ୍ୟ କମ୍ପାନୀକୁ ବିକ୍ରି କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.