suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସତର୍କ କଲେ ବ୍ରିଟେନ ସେନା ମୁଖ୍ୟ, କହିଲେ ବୈଶ୍ୱିକ ଅନିଶ୍ଚିତତା ହୋଇପାରେ ଅନ୍ୟ ଏକ ବିଶ୍ୱଯୁଦ୍ଧର କାରଣ

8/11/2020 at 8:13 PM

ଲଣ୍ଡନ: ବର୍ତ୍ତମାନର ବୈଶ୍ୱିକ ଅନିଶ୍ଚିତତା ଓ ଚିନ୍ତା ମଧ୍ୟରେ କରୋନା ଭାଇରସ ମହାମାରୀ ଯୋଗୁ  ଉପୁଜିଥିବା ଆର୍ଥିକ ସଂକଟ ପୁଣି ଏକ ବିଶ୍ୱଯୁଦ୍ଧକୁ ଆହ୍ୱାନ କରିପାରେ। ଏହା କହିଛନ୍ତି ବ୍ରିଟେନ  ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ନିକ୍ କାର୍ଟର। ‘ରିମେମ୍ବର୍ସ ସଣ୍ଡେ’ ଲାଗି ଅନୁଷ୍ଠିତ କାର୍ଯ୍ୟକ୍ର ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କାର୍ଟର ଏଥିଲାଗି ସତର୍କ କରାଇଛନ୍ତି।

ଆଞ୍ଚଳିକ ଉତ୍ତେଜନା ବୃଦ୍ଧିରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଲାଗି ଭୀଷଣ ସଂଘର୍ଷର ଆଶଙ୍କା କରିଛନ୍ତି କାର୍ଟର। ସେ କହିଛନ୍ତି ଯେ ଆମେ ଏକ ଏପରି ସମୟରେ ଅଛେ ଯେଉଁଠି ସାରା ଦୁନିଆ ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ବୈଶ୍ୱିକ ପ୍ରତିଯୋଗୀତାରେ ଆମେ ଏବେ ଫଶି ଯାଇଛେ। ଏଣୁ ଭାବୁଛି ବିପଦ ଏବେ ଆମ ପାଖେପାଖେ ଅଛି। ସ୍କାଏ ନ୍ୟୁଜ ଚାନେଲକୁ ସେ ଦେଇଥିବା ସାକ୍ଷାତକାରରେ ଆଞ୍ଚଳିକ ଦ୍ୱନ୍ଦ୍ୱ ଏବେ ବଢିବଢି ଚାଲିଥିବା ଓ ଏଥିଯୋଗୁ ଭୁଲ ମଧ୍ୟ ବଢିବାରେ ଲାଗିଥିବା ସେ କହିଛନ୍ତି।

ତେବେ ଅନ୍ୟ ଏକ ବିଶ୍ୱଯୁଦ୍ଧ ଆଶଙ୍କା ନେଇ ପଚରା ଯିବାରେ ସେ ବାସ୍ତବିକ ବିପଦର ଆଶଙ୍କା ଥିବା କହିଛନ୍ତି। ଏଣୁ ଏଥିଲାଗି ଆମ ସମସ୍ତଙ୍କୁ ଏବେଠାରୁ ସତର୍କ ହେବାକୁ ପଡିବ ବୋଲି କହିଛନ୍ତି। ଯୁଦ୍ଧକୁ କିଛି ଲୋକେ ଯୁକ୍ତିଯୁକ୍ତ ବୋଲି କହନ୍ତି। ହେଲେ ଯେଉଁମାନେ ଏପରି ତର୍କ କରନ୍ତି ଯୁଦ୍ଧ ବିଭିଷିକାନେଇ ସେମାନଙ୍କର ସାମାନ୍ୟତମ ଅଭିଜ୍ଞତା ମଧ୍ୟ ନାହିଁ ବୋଲି ମୁଁ କହିପାରେ। ତେବେ ଏପରି ତର୍କ ରଖୁଥିବା ଲୋକେ ହିଁ ବିପଦଜନକ ହୋଇପାରନ୍ତି ବୋଲି କାର୍ଟର ସତର୍କ କରାଇଦେଇଛନ୍ତି।

ଇତିହାସର ପୁନରାବୃତ୍ତି ହୁଏନି। ଯଦି ଆମେ ଉଭୟ ବିଶ୍ୱଯୁଦ୍ଧ ପୂର୍ବର ଗତ ଶତାବ୍ଦୀକୁ ଦେଖିବା ତେବେ ଏହା ଯୁକ୍ତିଯୁକ୍ତ ନଥିଲା ବୋଲି ସେ କହିଛନ୍ତି। ଏହା କେବଳ ଭୁଲ ଗଣନା ଯୋଗୁ ହୋଇଥିଲା। ଏଣୁ ମୁଁ ଆଶାକରେ ବିଶ୍ୱ  ପୁଣି ଯେପରି କେବେ ଏଭଳି ଯୁଦ୍ଧ ନଦେଖେ ବୋଲି କାର୍ଟର କହିଛନ୍ତି। ନିକ କାର୍ଟର ୨୦୧୮ ମସିହାରେ ବ୍ରିଟେନ ସେନାମୁଖ୍ୟ ଭାବେ ଦାୟିତ୍ୱଗ୍ରହଣ କରିଥିଲେ। ବିଭିନ୍ନ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକଙ୍କ ଲାଗି ବ୍ରିଟେନରେ ବାର୍ଷିକ ରିମେମ୍ବରିଂ ସଣ୍ଡେ ଅନୁଷ୍ଠିତ ହୁଏ। ଯେଉଁଥିରେ ବୀରଗତି ପ୍ରାପ୍ତ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଏ।  

   Related Posts