କିଏ ଏହି ୟେଶା ସାଗର, ଯିଏ GLOBAL T-20 ଲିଗ୍ରେ ନିଜ ସୌନ୍ଦର୍ଯ୍ୟରେ ବଢାଇଥିଲେ ଚର୍ଚ୍ଚା
9/08/2023 at 11:06 AM

ଟରଣ୍ଟୋ ୦୯/୦୮: ନିକଟରେ ଖେଳାଯାଇଥିଲା ଗ୍ଲୋବାଲ୍ ଟି -୨୦ ଲିଗ୍ । ମ୍ୟାଚ୍ରେ ବାଜିମାତ୍ କରିଥିଲା ମେଣ୍ଟ୍ରୋଲ୍ ଟାଇଗର୍ସ । ତେବେ ଲିଗ୍ର ଶେଷ ମ୍ୟାଚ୍ ଥିଲା ବେଶ୍ ଚିତାକର୍ଷକ । ଯେତିକି ମ୍ୟାଚ୍ ଥିଲା ରୋମାଞ୍ଚକର । ସେତିକି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ସ୍ପୋର୍ଟସ୍ ଆଙ୍କର । ତାଙ୍କର ସୌନ୍ଦର୍ଯ୍ୟର ମତୁଆଲା ହୋଇପଡିଥିଲେ ଦର୍ଶକ । ସବୁଠି ତାଙ୍କର ସୁନ୍ଦରତାର ପ୍ରଶଂସା । ଆସନ୍ତୁ ଜାଣିବା କିଏ ଏହି ଆଙ୍କର, କଣ ତାଙ୍କର ପରିଚୟ ।
ନା ୟେଶା ସାଗର । ୧୯୯୫ରେ ପଞ୍ଜାବରେ ଜନ୍ମ । ସେ ଭାରତରେ ଉଚ୍ଚଶିକ୍ଷା ସାରିବା ପରେ ୨୦୧୫ରେ ଚାଲିଗଲେ କାନାଡା । ଏବେ ସେ ଟରଣ୍ଟୋରେ ରହୁଛନ୍ତି । ଏହି ସମୟରେ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ କାମ କରିବାର ପାଇଥିଲେ ସୁଯୋଗ । ଏବେ କିନ୍ତୁ ସେ ଜଣେ ନାମୀ ଦାମୀ ଆଙ୍କର । ତାଙ୍କର ସୁନ୍ଦରତା ଆକର୍ଷିତ କରୁଛି ଯୁବପିଢୀଙ୍କୁ ।
ଯେମିତିକି ଷ୍ଟାଇଲିଶ୍ ତାଙ୍କର ଉପସ୍ଥାପନା ଶୈଳୀ, ସେତିକି ଦେଖିବାକୁ ସୁନ୍ଦରୀ । ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ୟେଶା । ଇନଷ୍ଟାଗ୍ରାମରେ ତାଙ୍କର ୫ ଲକ୍ଷରୁ ଅଧିକ ଫଲୋଅର୍ସ । ୟେଶାଙ୍କ ଗ୍ଲାମରସ୍ ତାଙ୍କ ଫଟୋରୁ ସ୍ପଷ୍ଟ ଜଣାପଡେ । କାରଣ ସାଇଟ୍ରେ ଅପଲୋଡ୍ ହୁଏ ତାଙ୍କର ବୋଲ୍ଡ ଫଟୋ । ଆଙ୍କରିଂ ମ୍ୟୁଜିକ୍ରେ କାମ କରିବା ବ୍ୟତୀତ ୟେଶା ମଡେଲିଂ କରିବାର ରଖନ୍ତି ସଉକ୍ । ୟେଶାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡେ ସେ ବୁଲିବାକୁ ବହୁତ ପସନ୍ଦ କରନ୍ତି ।
you can also read…