ଭାରତରେ ହସଖୁସିରେ ଜୀବନ ବିତାଇବାକୁ ଦରକାର ଏତେ ଟଙ୍କା, ଆମେରିକାରେ ଏହି ହିସାବ ୮୭ ଲକ୍ଷ

Published By : Prameya-News7 Bureau | September 22, 2023 IST

ନୂଆଦିଲ୍ଲୀ ୨୨।୯: କ’ଣ ଟଙ୍କାରେ ଖୁସି କିଣାଯାଇପାରେ? ଏହାକୁ ନେଇ ଲୋକଙ୍କ ମତ ଅଲଗା ଅଲଗା ହୋଇପାରେ। ତେବ ଗ୍ଲୋବାଲ ରିସର୍ଚ୍ଚ କମ୍ପାନୀ ଏସ୍‌ ମନି ଖୁସିର ମୂଲ୍ୟକୁ ନେଇ ଏକ ଅଧ୍ୟୟନ କରିଛନ୍ତି। ଏଥିରେ ସାରା ବିଶ୍ୱରୁ ତଥ୍ୟ ସଂଗ୍ରହ କରିଛନ୍ତି ଏସ୍ ମନି। ଅଧ୍ୟୟନରେ ଆମେରିକାରୁ ଆରମ୍ଭ କରି ଭାରତକୁ ମଧ୍ୟ ସାମିଲ କରାଯାଇଛି। ଏହି ଅଧ୍ୟୟନରେ ଅଲଗା ଅଲଗା ଦେଶରେ ଖୁସିର ମୂଲ୍ୟ ପୃଥକ ପୃଥକ ମୂଲ୍ୟାୟନ ହୋଇଛି।

ଏହି ଅଧ୍ୟାୟନରେ ଜୀବନ ବଞ୍ଚିବା ନିମନ୍ତେ ହେଉଥିବା ବ୍ୟୟ ଆଧାରରେ ଖୁସି ରହିବାର ମୂଲ୍ୟ ନିର୍ଦ୍ଧାରଣ ହୋଇଛି। ଏଥିରେ ଭାରତରେ ବସବାସ କରୁଥିଲେ ହସଖୁସିରେ ଜୀବନ ବିତାଇବା ପାଇଁ କେତେ ଟଙ୍କା ଆବଶ୍ୟକ ଆସନ୍ତୁ ଜାଣିବା। ଏହି ଅଧ୍ୟୟନ ଅନୁସାରେ ଭାରତରେ ହସଖୁସିରେ ଜୀବନ ବିତାଇବା ନିମନ୍ତେ ହାରାହାରି ବାର୍ଷିକ ୧୭ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଏହାର ଅର୍ଥ ହେଉଛି ଆପଣଙ୍କର ବାର୍ଷିକ ଆୟ ଯଦି ଏହାଠାରୁ କମ୍ ତେବେ ଆପଣଙ୍କ ମନ ଚାହୁଁଥିବା ଖୁସି ପାଇ ନ ପାରନ୍ତି।

{"id":847947,"width":840,"height":470,"sizeSlug":"full","linkDestination":"none"}

ଭାରତରେ ଖୁସି ବାବଦ ବ୍ୟୟ ୨୦,୦୪୮ ଡଲାର ଆକଳନ କରାଯାଇଛି। ସେହିପରି ଶ୍ରୀଲଙ୍କାରେ ଏ ବାବଦ ବ୍ୟୟ ବାର୍ଷିକ ହାରା ହାରି ୨୦,୨୮୨ ଡଲାର ହୋଇଥିବା ବେଳେ ବାଂଲାଦେଶରେ ୨୦,୭୭୪ ଡଲାର ଆକଳନ କରାଯାଇଛି। ଭାରତ ତୁଳନାରେ ଶ୍ରୀଲଙ୍କା ଓ ବାଂଲାଦେଶରେ ଖୁସିରେ ଜୀବନ ଅତିବାହୀତ କରିବାର ମୂଲ୍ୟ ଢେର ଅଧିକ। ରିପୋର୍ଟ ଅନୁସାରେ ଇରାନରେ ଖୁସିବାସରେ ଜୀବନ ବିତାଇବା ନିମନ୍ତେ ୨୩୯,୭୦୦ ଡଲାର । ଏହାକୁ ଭାରତୀୟ ଟଙ୍କାରେ ହିସାବ କଲେ ବାର୍ଷିକ ପ୍ରାୟ ୨ କୋଟିରୁ ଅଧିକ ହେବ।

ତେବେ ଆମେରିକାରେ ଏଥି ପାଇଁ ଭାରତୀୟ ମୁଦ୍ରାରେ ୮୭ ଲକ୍ଷ ଟଙ୍କା ଯଥେଷ୍ଟ। ତେବେ ଆଫ୍ରିକା ସିୟେରାଲିଓନରେ ଖୁସିବାସରେ ଜୀବନ ବିତାଇବା ବିଶ୍ୱରେ ସବୁଠୁ ଶସ୍ତା। ସିୟେରାଲିୟୋନରେ ବାର୍ଷିକ ୭ ଲକ୍ଷ ଟଙ୍କା ଆୟକାରୀ ବର୍ଗ ବେଶ୍ ହସଖୁସିରେ ଜୀବନ ବିତାଇ ପାରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.