ସୋଆର ଆତିଥେୟତାକୁ ପ୍ରଶଂସା କରିବା ସହ ଓଡ଼ିଶାର ସ୍ମୃତି ସାଉଁଟି ଫେରିଲେ ବିଦେଶୀ ମା'

Published By : Prameya-News7 Bureau | November 24, 2019 IST

ଭୁବନେଶ୍ୱର ୨୪।୧୧ - ସରିଛି ଗ୍ଲୋବାଲ୍ ମଦର୍ସ ଅନ୍ତର୍ଜାତୀୟ ସମ୍ମିଳନୀ । ଓଡ଼ିଶାରୁ ବେଙ୍ଗାଲୁର ଅଭିମୁଖେ ଫେରିଛନ୍ତି ଓଡିଶାର ସ୍ମୃତି ସାଉଁଟିବାକୁ ଆସିଥିବା ବିଦେଶୀମହିଳାମାନେ । ଯିବା ବେଳେ ବେଶ୍ ଭାବବିହ୍ୱଳ ହୋଇଥିଲେ ବିଦେଶୀ ମା' ମାନେ । ଓଡ଼ିଶାର ଭଲ ପାଇବାକୁ ସବୁବେଳେ ମନେ ରଖିବେ ବୋଲି କହିଥିଲେ । ଏହା ସହ ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭର୍ସିଟିର ଆତିଥେୟତାକୁ ଭୂରି ଭୂରି ପ୍ରଶଂସା କରିଥିଲେ ।

{"id":189171,"sizeSlug":"large"}

୩ ଦିନର ରହଣୀ ପରେ ଓଡ଼ିଶା ଛାଡ଼ିଛନ୍ତି ଗ୍ଲୋବାଲ୍ ମଦର୍ସ । ସାଥୀରେ ସାଉଁଟି ନେଇଛନ୍ତି ଅନେକ ଭଲପାଇବା, ଛାଡ଼ି ଯାଇଛନ୍ତି ନିଆରା ସ୍ମୃତି । ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭର୍ସିଟିରେ ଆୟୋଜିତ ହୋଇଥିଲା ଗ୍ଲୋବାଲ୍ ମଦର୍ସ ଅନ୍ତର୍ଜାତୀୟ ସମ୍ମିଳନୀ । ୭ଟି ଦେଶରୁ ଯୋଗ ଦେଇଥିଲେ ୩୨ ବିଦେଶୀ ମା' । ଆଜି ଯେତେବେଳେ ସେମାନେ ଫେରୁଥିଲେ ଏୟାରପୋର୍ଟ ଥିଲା ବେଶ୍ ଭାବବିହ୍ୱଳ ପରିବେଶ ।

ସେମାନଙ୍କ ଏହି ଗସ୍ତ ଥିଲା ଟିକେ ଅଲଗା । କାହିଁକି ନା କୌଣସି ହୋଟେଲ କି ଗେଷ୍ଟ ହାଉସରେ ନୁହେଁ ବରଂ ଦୁଇ ଦୁଇ ଜଣରେ ବିଭକ୍ତ ହୋଇ ଏମାନେ ରହିଥିଲେ ଭୁବନେଶ୍ୱର ଭିନ୍ନ ଭିନ୍ନ ପରିବାର ସହ । ଗଲା ୩ ଦିନ ମଧ୍ୟରେ ସେହି ପରିବାରର ସ୍ନେହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ଖୋର୍ଦ୍ଧାର ଶତାଧିକ ସଦସ୍ୟ ବିଶିଷ୍ଟ ହରିଚନ୍ଦନ ପରିବାରକୁ ଭେଟିଥିଲେ । କୋଣାର୍କର କାରିଗରୀକୁ ଦେଖିଥିଲେ । ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭର୍ସିଟିର ଉତ୍କର୍ଷତାକୁ ଅନୁଭବ କରିଥିଲେ । ସୋଆର ଆତିଥେୟତାକୁ ଭୂରି ଭୂରି ପ୍ରଶଂସା କରିଥିଲେ ।

{"id":189172,"sizeSlug":"large"}


ପ୍ରତିଟି ମଣିଷ ଲାଗି ମା'ର ମହତ୍ତ୍ୱ ସବୁଠୁ ବେଶୀ । ଆଉ ମା'ଟିଏ ଯଦି ନିଜ ପରିବାରରୁ ବାହାରି ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ ସାରା ବିଶ୍ୱକୁ ମମତାର ପଣତରେ ଢାଙ୍କଦିଏ, ତା ହେଲେ ସମାଜରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ ନିଶ୍ଚୟ । ଏଭଳି ଏକ ମହତ ଲକ୍ଷ୍ୟ ନେଇ ଫାଉଣ୍ଡେସନ ଫର୍ ହୋଲିଷ୍ଟିକ ଡେଭଲପମେଣ୍ଟ ଇନ୍ ଏକାଡେମିକ ଫିଲ୍ଡ ସହଭାଗିତାରେ ସୋଆ ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.