ଯୁଦ୍ଧ, ଅନିଶ୍ଚିତତା ଓ ଅସ୍ଥିରତା ପାଇଁ ବିଶ୍ୱ ଅର୍ଥବ୍ୟବସ୍ଥାକୁ କ୍ଷତି ହେଉଛି: ବିଶ୍ୱ ବାଣିଜ୍ୟ ସଂଗଠନ ମୁଖ୍ୟ

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ:  ଯୁଦ୍ଧ, ଅନିଶ୍ଚିତତା ଏବଂ ଅସ୍ଥିରତା ବିଶ୍ୱ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି। ଆଗକୁ ବିଶ୍ୱର ପ୍ରାୟ ଅଧା ଅଞ୍ଚଳରେ ନିର୍ବାଚନ ଥିବାରୁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ। ତେଣୁ ଏସବୁ ସ୍ଥିତିର ସୁଧାର ଆଣିବାକୁ ସୋମବାର ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲୁଟିଓ)ର ମୁଖ୍ୟ ନାଗୋଜୀ ଓକୋଞ୍ଜୋ ଇୱେଲା ସୋମବାର ଚେତାବନୀ ଦେଇଛନ୍ତି।

ଡ୍ଲୁଟିଓ ଡିଜି ମୁଖ୍ୟ ନାଗୋଜୀ ଓକୋଞ୍ଜୋ ଇୱେଲା ଡବ୍ଲୁଟିଓକୁ ପ୍ରଶଂସା ମଧ୍ୟ କରିଛନ୍ତି। କାରଣ ଆମେରିକା ଓ ଅନ୍ୟ ଦେଶର ଚାପରେ ଥାଇ ବି ଡବ୍ଲୁଟିଓ ୟୁଏଇରେ ଦ୍ୱିପାର୍ଷିକ ବୈଠକ ଆୟୋଜିତ କରିପାରିଲା ସେଥିପାଇଁ ସଂସ୍ଥାକୁ ପ୍ରଶଂସା କରାଯିବା ଉଚିତ୍ ବୋଲି ଇୱେଲା କହିଛନ୍ତି। ତେବେ ଆସନ୍ତା ସମୟରେ ଖାଦ୍ୟ, ଉର୍ଜା, ଓ ଦରକାରୀ ସାମଗ୍ରୀର ମୂଲ୍ୟ ମହଙ୍ଗା ହେବା ନେଇ ସ୍ପଷ୍ଟ ମତ ଦେଇଛନ୍ତି। ଏହିସବୁ ସମସ୍ୟା ଆଗକୁ ରାଜନୈତିକ ହାତାଶାର କାରଣ ହେବ ବୋଲି ଇୱେଲା କହିଛନ୍ତି।

ଇୱେଲା କହିଛନ୍ତି ଯେ ସବୁଆଡ଼େ ଲୋକେ ଭବିଷ୍ୟତକୁ ନେଇ ଚିନ୍ତାର ଅଛନ୍ତି। ଏହା ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ଉପରେ ପ୍ରଭାବ ପକାଇବ। ଡବ୍ଲୁଟିଓ ପାଇଁ ନଭେମ୍ବର ୫ ତାରିଖରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଠାରୁ ବୋଧ ହୁଏ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ। କାରଣ ଏଥର ନିର୍ବାଚନରେ ପୁଣିଥରେ ଡୋନାଲ୍ଡ ଟ୍ରମ୍ପ ଲଢ଼ୁଛନ୍ତି।

ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ ଡବ୍ଲୁଟିଓରୁ ଆମେରିକାକୁ ବାହାର କରିନେବା କଥା କହିଥିଲେ। ଏଥିସହିତ  ମିତ୍ର ଓ ଶତ୍ରୁ ରାଷ୍ଟ୍ରଙ୍କ ଉପରେ ବାରମ୍ବାର ଆମଦାନୀ ଶୁଳ୍କ ଲଗାଉଥିଲେ ବୋଲି ନାଗୋଜୀ ଓକୋଞ୍ଜୋ ଇୱେଲା କହିଛନ୍ତି। ଯଦି ଟ୍ରମ୍ପ ଜିତନ୍ତି ତେବେ ବିଶ୍ୱ ବ୍ୟାପାର ପ୍ରଭାବିତ ହେବା ସହ ବହୁପକ୍ଷବାଦ ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ଇୱେଲା ପରୋକ୍ଷରେ ଟ୍ରମ୍ପଙ୍କ ନାଁ ନ ନେଇ ଚେତାବନୀ ଦେଇଛନ୍ତି।  

ପଢ଼ନ୍ତୁ-ଟେକ୍ସଟାଇଲ ସେକ୍ଟର ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, କହିଲେ-ମିଳିବ ସରକାରଙ୍କ ପୂର୍ଣ୍ଣ ସମର୍ଥନ  

ଇୱେଲା କହିଛନ୍ତି “ ୭୫ ବର୍ଷେ ପୂର୍ବେ ଆରମ୍ଭ ହୋଇଥିବା ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା(ମଲ୍‌ଟିଲାଟେରିଲା ଟ୍ରେଡିଂ ସିଷ୍ଟମ)କୁ ଗତ କିଛି ତ୍ରୟମାସିକ ହେବ ଭୁଲ ଭାବରେ ଚିତ୍ରଣ କରାଯିବା ସହ ଏହା କମ୍ ପ୍ରଭାବୀ ବୋଲି ବିଚାର କରାଯାଉଛି। ଯଦି ବାଇଡେନ ନିର୍ବାଚନ ଜିତନ୍ତି ତେବେ ତାଙ୍କର ଡବ୍ଲୁଟିଓ ଉପରେ ମଧ୍ୟ ଏକାଧିକ ଅଭିଯୋଗ ରହିବ।” ବିଗତ ବିଗତ ତିନୋଟି ଶାସନରେ ଆମେରିକା ଏହାର ଅପିଲ କୋର୍ଟରେ ନିଯୁକ୍ତିକୁ ବନ୍ଦ କରିଛି। ଫଳରେ ଏହା ଆଉ ଚାଲୁ ନାହିଁ।

ୱାଶିଂଟନ୍‌ର ଅଭିଯୋଗ ହେଲା ଡବ୍ଲୁଟିଏଓ ବିଚାରପତିମାନେ ମାମଲା ଉପରେ ରାୟ ଦେବାବେଳେ ଅଧିକାରକୁ ଅତ୍ୟଧିକ ଉଲ୍ଲଂଘନ କରୁଛନ୍ତି। ଏହାବାଦ ଚୀନ ନିଜକୁ ବିକାଶଶୀଳ ଦେଶ କହୁଥିବାରୁ ଆମେରିକା ସବୁବେଳେ ସମାଲୋଚନା କରିଆସୁଛି। ଯେମିତି ସେ ୨୦୦୧ରେ ଚୀନ ଡବ୍ଲୁଟିଓରେ ଯୋଗ ଦେବା ପୂର୍ବରୁ କରୁଥିଲା।

ୱାଶିଂଟନ୍, ୟୁରୋପ ଏବଂ ଅନ୍ୟଦେଶମାନେ ଅଭିଯୋଗ କରୁଛନ୍ତି ଯେ ବେଜିଂ ଉଦୀୟମାନ ଶିଳ୍ପଗୁଡିକର ପ୍ରବେଶକୁ ବାଧା ଦେଉଛି। ଏବଂ ଟେକ୍ନୋଲୋଜି ହସ୍ତାନ୍ତର କରିବା ପାଇଁ ଓ ଏହାର କୌଶଳ ଚୋରି କରିବା ପାଇଁ ବିଦେଶୀ କମ୍ପାନୀମାନଙ୍କୁ ଏକପ୍ରକାର ବାଧ୍ୟ କରୁଛି। ଏଥିସହିତ ଶସ୍ତା ଇସ୍ପାତ, ଆଲୁମିନିୟମ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ଚୀନ ବିଶ୍ୱ ବଜାରକୁ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି ବୋଲି ଆମେରିକ ଅଭିଯୋଗ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.