ଅନ୍ଧାରକୁ ଚାଲିଯାଉଛି ବିଶ୍ୱ ଅର୍ଥ ବ୍ୟବସ୍ଥା; ମହଙ୍ଗା ସ୍ଥିତିକୁ ନିୟନ୍ତ୍ରଣ କର ନହେଲେ, ୭ କୋଟି ଲୋକଙ୍କ ଅବସ୍ଥା ଏମିତି ହେବ ବୋଲି ଚେତାଇଲା IMF

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ: ସାରା ବିଶ୍ୱରେ ବର୍ତ୍ତମାନ ଆର୍ଥିକ ସ୍ଥିତି ସାଂଘାତିକ ରହିଛି। ବିଭିନ୍ନ ଦେଶରେ ଦର ଦାମ ଆକାଶ ଛୁଆଁ। ଏପଟେ ୟୁକ୍ରେନ-ଋଷ ଯୁଦ୍ଧ ମହଙ୍ଗା ସ୍ଥିତିରୁ ଆହୁରି ଜଟିଳ କରିଛି। ବିଶ୍ୱର ଆର୍ଥିକ ଭବିଷ୍ୟତ ବର୍ତ୍ତମାନ ଅନ୍ଧାର ଆଡ଼କୁ ଯାଉଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା କୋଷ(IMF)ର ମେନେଜିଂ ଡାଇରେକ୍ଟର କ୍ରିଷ୍ଟାଲିନ ଜର୍ଜିଏବା(Kristalina Georgieva) କହିଛନ୍ତି। ନିଜ ବ୍ଲଗରେ ଏଭଲି ଲେଖିଛନ୍ତି ଜର୍ଜିଏବା।

କ୍ରିଷ୍ଟାଲୀନଙ୍କ ମୁତାବିକ ଯୁଦ୍ଧ ସାରା ବିଶ୍ୱ ସାମ୍ନାରେ ଏକ ମନବୀୟ ସଂକଟ ଛିଡ଼ା କରିଛି। ଯାହା ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି। ମୁଦ୍ରାସ୍ଫୀତି ଓ ଗ୍ରୋଥ୍ ରେଟ୍‌ରେ ହ୍ରାସ ଯୋଗୁ ଆଗକୁ ପାଖାପାଖି ୭ କୋଟି ୧୦ ଲକ୍ଷ ଅତି ଗରିବ ସୀମାରେଖା ତଳକୁ ଚାଲିଯିବେ। ତେଣୁ ଯାହା ବି ହେଉ ମହଙ୍ଗା ସ୍ଥିତିକୁ ରୋକିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବାକୁ ସବୁ ଦେଶମାନଙ୍କୁ ଅନୁରୋଧ କରିଛନ୍ତି। ଯଦି ଏପରି ନ ହୁଏ ତେବେ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.