ରବିବାର ଉଦ୍‌ଘାଟିତ ହେବ ସଂସଦର ନୂଆ ଭବନ, ସାମ୍ନାକୁ ଆସିଲା ଭିତର ଏବଂ ବାହାରର ସୁନ୍ଦର ଭିଜୁଆଲ

Published By : Prameya-News7 Bureau | May 27, 2023 IST

ନୂଆଦିଲ୍ଲୀ ୨୭/୦୫:ଆସନ୍ତାକାଲି ନୂଆ ପାର୍ଲାମେଣ୍ଟ ଭବନର ଉଦ୍ ଘାଟନ । ଏହି ନୂଆ ପାର୍ଲାମେଣ୍ଟର ଭିତର ଏବଂ ବାହାରର ସୁନ୍ଦର ଭିଜୁଆଲ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ବିଟର ହ୍ୟାଣ୍ଡେଲରୁ ଏହାକୁ ସେୟାର କରି ଲେଖିଛନ୍ତି ଏହା ଦେଶ ପାଇଁ ଗୌରବର ମୁହୂର୍ତ୍ତ ହେବାକୁ ଯାଉଛି। ଏଥିସହିତ ଏହି ଭିଜୁଆଲକୁ ସେୟାର କରିବା ଲାଗି ସମସ୍ତଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି।

wp:html /wp:html

ସଂସଦର ଉଭୟ ଗୃହରେ ଏଥିରେ ୧୨୭୨ ସାଂସଦ ବସିବାର ସୁବିଧା ରହିଛି। ଏହି ନୂଆ ପାର୍ଲାମେଣ୍ଟରେ ସାଂସଦମାନଙ୍କ ବସିବା ପାଇଁ ଅଧିକ ସୁବିଧା ସବୁ ରଖାଯାଇଛି । ତିନିଟି ପ୍ରତୀକ ଭାବେ ପଦ୍ମ, ମୟୂର ଏବଂ ଏକ ବରଗଛର ଚିତ୍ରକୁ ଏଥିରେ ସ୍ଥାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ରବିବାର ଏହି ନୂଆ ସଂସଦ ଭବନର ଉଦ୍ ଘାଟନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଚାଲିବ ।

ସକାଳ ୭. ୩୦ରୁ ୮. ୩୦ ପର୍ଯ୍ୟନ୍ତ ହୋମ ଏବଂ ପୂଜା ହେବ । ପୂଜାପାଠ ପାଇଁ ଗାନ୍ଧୀ ମୂର୍ତ୍ତି ନିକଟରେ ମଣ୍ଡପ ସ୍ଥାପନ କରାଯିବ। ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ରହିବେ। ଏହା ପରେ ସକାଳ ୮ଟା ୩୦ ରୁ ୯ଟା ମଧ୍ୟରେ ଲୋକସଭା ଭିତରେ ସେଙ୍ଗୋଲ ସ୍ଥାପନ କରାଯିବ। ଏହି ସମୟରେ ତାମିଲନାଡୁର ମଠରୁ ଆସିଥିବା ୨୦ ଜଣ ସନ୍ଥ ଉପସ୍ଥିତ ରହିବେ । ଏହାପରେ ସକାଳ ୯ଟା ୩୦ରେ ପ୍ରାର୍ଥନା ସଭା ହେବ, ଏଥିରେ ବହୁ ସାଧୁସନ୍ଥ ଉପସ୍ଥିତ ରହିବେ ।

ସକାଳେ ପୂଜା ଓ ହୋମ ପରେ, ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାତୀୟ ସଂଗୀତ ସହିତ ଆରମ୍ଭ ହେବ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ । ଏହା ସହ ମୋଦି ନୂତନ ସଂସଦ ଗୃହର ଉଦଘାଟନ କରିବେ । ଏହିଅବସରରେ ପ୍ରଧାନମନ୍ତ୍ରୀ ଏକ ୭୫ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିବେ। ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଏହି ନୂଆ ମୁଦ୍ରା ପ୍ରସ୍ତୁତ କରାଯାଇଛି। hdr

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.