scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲରଙ୍କ ଭବିଷ୍ୟବାଣୀ, ଏହି ସବୁ ଦଳ ଯିବେ ସେମିଫାଇନାଲ୍‌…

8/08/2023 at 10:33 AM

ମୁମ୍ବାଇ ୦୮।୦୮: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ । ଏହି ଚାରୋଟି ଦଳ ଦିନିକିଆ ବିଶ୍ୱକପ୍‌ ୨୦୨୩ର ସେମିଫାଇନାଲରେ କରିବେ ଏଣ୍ଟ୍ରି । ବର୍ତ୍ତମାନ ସ୍ଥିତିରେ ଏହି ଚାରୋଟି ଦଳ ଖୁବ୍‌ ଶକ୍ତିଶାଳୀ ଅଛନ୍ତି । ତେଣୁ ଆଗାମୀ ଦିନିକିଆ ବିଶ୍ୱକପ୍‌ରେ ଏହି ଚାରୋଟି ଦଳଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ୍‌ ମାଗରାଥ୍‌ ।

ସେ କହିଛନ୍ତି ଯେ, ଦିନିକିଆ ବିଶ୍ୱକପ୍‌କୁ ଆଉ କେଇଟା ମାସ ବାକି ରହିଛି । ଏହିକ୍ରମରେ ସବୁ ଦଳ ନିଜର ଅଭ୍ୟାସକୁ ଜୋରଦାର ଜାରି ରଖିଛନ୍ତି । ଆଗାମୀ ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ୧୮ଜଣିଆ ଟିମ୍‌ ଘୋଷଣା କରିଛି । ଆଉ କିଛି ଦିନ ମଧ୍ୟ ବାକି ଟିମ୍‌ ମଧ୍ୟ ଘୋଷଣା କରିବେ । ତେବେ ଚଳିତ ବିଶ୍ୱକପ୍‌ ପୂର୍ବରୁ ବିଶ୍ୱର ଚାରୋଟି ଟିମ୍‌ ସେମିଫାଇନାଲରେ ପ୍ରବେଶ କରିବାର ଆଶା ଢେର୍‌ ଅଧିକା ରହିଛି । କାହିଁକି ନା ଏହି ଚାରୋଟି ଦଳ ଦିନିକିଆ ଫର୍ମାଟରେ ବେଶ୍‌ ଶକ୍ତିଶାଳୀ ଓ ଦୃଢ । କୌଣସି ବି ପରିସ୍ଥିତିରେ ଏହି ଦଳ ସବୁ ବିରୋଧୀ ଟିମ୍‌କୁ ଚକ୍‌ମା ଦେଇପାରନ୍ତି । ଘରୋଇ ହେଉ କି ବିଦେଶୀ  ପିଚ୍‌, ସବୁଠୁ ଏହି ଦଳ ବିରୋଧୀଙ୍କ ଚିତ୍‌ପଟାଙ୍ଗ କରିବାରେ ମାହିର । ତେବେ ଏହି ଚାରୋଟି ଦଳ ହେଉଛନ୍ତି, ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ ।

ସେହିପରି ଗୋଟିଏ ପଟେ ପୁରା ବିଶ୍ୱକପ ଭାରତରେ ଖେଳାଯିବାର ଅଛି । ଯାହାର ଫାଇଦା ଭାରତ ଉଠାଇପାରେ। ଟିମ୍‌ ମଧ୍ୟ ଖୁବ୍‌ ଶକ୍ତିଶାଳୀ । ଏହାପରେ ଆସୁଛି ପାକିସ୍ତାନ । ଭାରତର ଏହି ପଡୋଶୀ ଦେଶକୁ ପରିବେଶ ଘରୋଇ ପରି ଅନୁଭବ ଲାଗିବ । ଏହାବାଦ୍‌ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ଉଭୟ ଦଳ ଏବେ ଆକ୍ରାମକ କ୍ରିକେଟ୍‌ ଖେଳୁଛନ୍ତି ।

ସୂଚନାଯୋଗ୍ୟ ଯେ, ଦିନିକିଆ ବିଶ୍ୱକପ୍‌ ୨୦୨୩ର ଆରମ୍ଭ ଅକ୍ଟୋବର ୫ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ଏବ ରନସ୍‌ଅପ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଭାରତୀୟ ଟିମ୍‌ ନିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୮ରେ ଖେଳିବ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ଖେଳାଯିବ ମ୍ୟାଚ୍‌ ।

ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହାପରେ ନଭେମ୍ବର ୧୫ ଏବଂ ୧୬ରେ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ଶେଷରେ ନଭେମ୍ବର ୧୯ରେ ଖେଳାଯିବ ଫାଇନାଲ ମୁକାବିଲ । ତାହା ବି ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ । ଭାରତରେ ମୋଟ ୯ଟି ଭେନ୍ୟୁ ସ୍ଥିର ହୋଇଛି । ଯେଉଁଠାରେ ସମସ୍ତ ଲିଗ୍‌, ସେମିଫାଇନାଲ ଏବଂ ଫାଇନାଲ ମୁକାବିଲା ଖେଳାଯିବ । ଏହି ସବୁ ଷ୍ଟାଡିୟମ ମଧ୍ୟରେ ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ୍‌, ଧର୍ମଶାଳା, ଲକ୍ଷ୍ନୌ, ପୁନେ, କୋଲକାତା ରହିଛି ।

   Related Posts