ନିଜ ଫର୍ମ ନେଇ ନିଜେ ଆଶ୍ଚର୍ଯ୍ୟ ମ୍ୟାକ୍ସଓ୍ବେଲ୍‌, ‘ମୋ କ୍ୟାରିୟରରେ ମୁଁ ଏମିତି କେବେ ଖେଳିନଥିଲି’

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪/୧୦: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ନିଜର ଫର୍ମ ନେଇ ଦୁଃଖପ୍ରକାଶ କରିଛନ୍ତି। ଚଳିତ ଆଇପଏଲ୍‌ ଲିଗ୍‌ରେ ୭ଟି ମ୍ୟାଚ୍‌ରେ ମ୍ୟାକ୍ସଓ୍ବେଲ୍‌  ଭଲ ପ୍ରଦର୍ଶନ କରି ପାରିନଥିବା ବେଳେ ଫ୍ୟାନ୍ସଙ୍କ କ୍ରୋଧର ଶିକାର ହୋଇଛନ୍ତି। କିନ୍ତୁ ଏଥିପାଇଁ ମୁହଁ ଖୋଲିଛନ୍ତି ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌ ‌। ତେବେ ଏଥିପାଇଁ ନିଜ ଭୂମିକାରେ ଲଗାତର ପରିବର୍ତ୍ତନକୁ ସେ ଦାୟୀ କରିଛନ୍ତି। ଏହାସହ ନିଜ କ୍ୟାରିୟରରେ ଏମିତି କେବେ ଖେଳିନଥିଲେ ବୋଲି କହିଛନ୍ତି ମ୍ୟାକ୍ସଓ୍ବେଲ୍‌।

ଦେଶ ପାଇଁ ଖେଳୁଥିବା ବେଳେ ଭୂମିକା ଷ୍ପଷ୍ଟ ରହୁଛି, ଆଇପିଏଏଲରେ ତାହାର ପରିବର୍ତ୍ତନ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଇଂଲଣ୍ଡରେ ସଫଳ ପ୍ରଦର୍ଶନ କରି ଫେରିବା ପରେ ଆଇପିଏଲରେ ଖେଳୁଛନ୍ତି ମ୍ୟାକ୍ସଓ୍ବେଲ୍‌। ଇଂଲଣ୍ଡରେ ହୋଇଥିବା ମ୍ୟାଚ୍‌ରେ ମ୍ୟାକ୍ସଓ୍ବେଲ୍‌ ୭ ନମ୍ବରରେ ବ୍ୟାଟିଂ କରୁଥଲେ। ୯୦ ବଲ୍‌ରେ ୧୦୮ ରନ୍‌ କରି ଦଳକୁ ଶୃଙ୍ଖଳା ବିଜୟ ଦେବାରେ ସକ୍ଷମ ହୋଇଥିଲେ। ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ଭିକ୍ଟୋରିଆ ଖେଳାଳି ନିଜର ଅଭିଜ୍ଞତା ବଖାଣିଛନ୍ତି। ଅଷ୍ଟ୍ରେଲିଆ ପାଇଁ ଖେଳିବା ବେଳେ କିଭଳି ଭଲ ବ୍ୟାଟିଂ କରିପାରୁଛନ୍ତି ଓ ଆଇପିଏଲରେ କାହିଁକି ନିରନ୍ତରତାର ଅଭାବ ହେଉଛି ସେ ନେଇ କହିଛନ୍ତି ମ୍ୟାକ୍ସଓ୍ବେଲ୍‌।

ସେ କହିଛନ୍ତି ‘ମୁଁ ଅଷ୍ଟ୍ରେଲିଆ ଓ ଆଇପିଏଲ୍‌ ମ୍ୟାଚ୍‌ର ତୁଳନା ନକରିବା ଭଲ। ମୁଁ ଯେଉଁଭଳି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଳି ତାହା କେବଳ ମୋର ଭୂମିକା ସ୍ପଷ୍ଟତା ଯୋଗୁଁ ପାରିଲି। ମୋତେ​ ଜଣାଥିଲା ମୋ ସହ ଖେଳୁଥିବା ଖେଳାଳିଙ୍କ ଭୂମିକା କଣ ରହିଛି।  ଆଇପିଏଲ୍‌ରେ ବୋଧହୁଏ ମୋର ଭୂମିକା ଅଧିକାଂଶ ସମୟରେ ପରିବର୍ତ୍ତନ ହେଉଛି। ଆଇପିଏଏଲରେ ଅନେକ ଟିମ୍‌ ନିଜର ବହୁ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଅଷ୍ଟେ୍ରଲିଆ ଟିମ୍‌ ଅଧିକାଂଶ  ସମୟରେ ସମାନ ରହୁଥିଲା। ସମସ୍ତଙ୍କୁ ଆମର ଭୂମିକା ଭଲଭାବେ ଜଣାଥିଲା।’

ଏହାସହ ମ୍ୟାକ୍ସଓ୍ବେଲ୍‌ ଆହୁରି ମଧ୍ୟ କହିଛନ୍ତି, ଆଇପିଏଲ୍‌ ୨ ମାସ ଖେଳିବାକୁ ଥିବା ବେଳେ ବହୁ ପରିବର୍ତ୍ତନ କରାଯାଉଛି। ଫ୍ୟାନ୍ସ ସବୁବେଳେ ଟିମ୍‌ର ଭଲ ପ୍ରଦର୍ଶନ ଆଶା କରନ୍ତି। ଟିମ୍‌ ବାଛିବା ପରେ ଧିରେଧିରେ ଟିମ୍‌ରେ ସନ୍ତୁଳନ ବିଗୁଡ଼ିଥିବା ପରିଲକ୍ଷିତ ହୋଇଥାଏ। ଦର୍ଶକଙ୍କ ଆଶା ଅନୁସାରେ ଭଲ ପ୍ରଦର୍ଶନ କରିପାରୁନାହିଁ ବୋଲି କହିଛନ୍ତି ମ୍ୟାକ୍ସଓ୍ବେଲ୍‌। କିନ୍ତୁ ଭଲ ପ୍ରଦର୍ଶନ ପାଇଁ ଚେଷ୍ଟା କରୁଛି। ଅଭ୍ୟାସ ମଧ୍ୟ ଭଲଭାବେ କରୁଛି ବୋଲି କହିଛନ୍ତି ଦମଦାର ବ୍ୟାଟ୍ସମ୍ୟାନ୍‌ ମ୍ୟାକ୍ସଓ୍ବେଲ୍‌। ୨୦୧୪ ଆଇପିଏଲରେ ୫୫୪ ରନ୍‌ କରି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବକୁ ଫାଇନାଲ୍‌ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମ୍ୟାକ୍ସଓ୍ବେଲ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.