oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଭାରତର ଜ୍ବାଇଁ ହେବା ପରେ ୟୁଜର୍ସ କହିଲେ ଏମିତି କିଛି, ସୋସିଆଲ୍‌ ମିଡିଆରେ ଜୋର ଧରିଲା ଚର୍ଚ୍ଚା…

23/03/2022 at 12:43 PM

ନୂଆଦିଲ୍ଳୀ ୨୩।୦୩ : ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଗର୍ଲଫ୍ରେଣ୍ଡ ବିନି ରମଣଙ୍କୁ ତାଙ୍କ ଜୀବନସାଥୀ କରିଛନ୍ତି । ମ୍ୟାକ୍ସୱେଲ ନିକଟରେ କିଛି ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପ୍ରଶଂସକ ମ୍ୟାକ୍ସୱେଲଙ୍କୁ ‘ଅଧା ଭାରତୀୟ’ ବୋଲି ବର୍ଣ୍ଣନା କରିଛନ୍ତି। କେବଳ ଏତିକି ନୁହେଁ, ଅନେକ ୟୁଜର୍ସ ଆଇପିଏଲ୍-୨୦୨୨ ର ଆଗାମୀ ସିଜନରେ ଜଣେ ଭାରତୀୟ ଭାବରେ ଖେଳିବା ନେଇ କୁହାଯାଉଛି ।

୩୩ ବର୍ଷର ଗ୍ଲେନ୍ ମ୍ୟାକ୍ସୱେଲ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କ ବିବାହର ଖୁସି ଖବର ସେୟାର କରିଥିଲେ । ମ୍ୟାକ୍ସୱେଲ ଏବଂ ବିନି ରମଣ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ। ବର୍ତ୍ତମାନ ମ୍ୟାକ୍ସୱେଲ ୨୬ ମାର୍ଚ୍ଚରୁ ଆଇପିଏଲର ୧୫ତମ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ପ୍ରତିନିଧିତ୍ୱ କରିବାର ନଜର ଆସିବେ । ଦଳର ନେତୃତ୍ୱ ନେବେ ଫଫ୍ ଡୁପ୍ଲେସିସ୍ ।

ବାଙ୍ଗାଲୋର ଫ୍ରାଞ୍ଚାଇଜର ଅନ୍ୟ ଦଳ ପରି ୪ଟି ବିଦେଶୀ ଖେଳାଳିଙ୍କୁ କୌଣସି ମ୍ୟାଚରେ ସୁଯୋଗ ଦିଆଯାଇପାରେ । କୌଣସି ମ୍ୟାଚରେ, ପ୍ରତ୍ୟେକ ଦଳ ଖେଳୁଥିବା ୧୧ରେ ସର୍ବାଧିକ ୪ ବିଦେଶୀ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯାଇଛି। ଏଭଳି ପରିସ୍ଥିତିରେ ମ୍ୟାକ୍ସୱେଲ କେବଳ ବିଦେଶୀ ଖେଳାଳି ଭାବରେ ଦଳ ପାଇଁ ଖେଳିବେ, କିନ୍ତୁ କିଛି ୟୁଜର୍ସ ଲେଖିଛନ୍ତି ଯେ ସେ ବିବାହ ପରେ ଅଧା ଭାରତୀୟ ହୋଇଯାଇଛନ୍ତି। ମ୍ୟାକ୍ସୱେଲ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୭ ଟି ଟେଷ୍ଟ, ୧୧୬ଟି ODI ଏବଂ ୮୪ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି ।

   Related Posts