‘୨୪ ଘଣ୍ଟା ମାଗଣାରେ ବିଜୁଳି ଦେବା ଏକ ଯାଦୁ, ଏହି ବିଦ୍ୟା କେବଳ ମୋତେ ଜଣା’

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ: ମୁଁ ଯାଦୁଗର। କେବଳ ମୋତେ  ହିଁ ଜଣା କେମିତି ୨୪ ଘଣ୍ଟା ମାଗଣାରେ ବିଜୁଳି ଦିଆଯାଏ। ଏହି ଯାଦୁ କାହାକୁ ଆଉ ଜଣା ନାହିଁ। ପୂରା ଦୁନିଆରେ ଏ ପର୍ଯ୍ୟନ୍ତ ୨୪ ଘଣ୍ଟା ମାଗଣା ବିଜୁଳି କେହି ଦେଇ ନାହାନ୍ତି। ଭଗବାନ କେବଳ ଏହି ବିଦ୍ୟା ମୋତେ ଦେଇଛନ୍ତି। ଗୁଜରାଟରେ ଏମିତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ଆମ୍ ଆଦମୀ ପାର୍ଟି(ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିଓ୍ଵାଲ ସୋମବାର ଦିଲ୍ଲୀ ଏବଂ ପଞ୍ଜାବ ପରି ଗୁଜରାଟରେ ମଧ୍ୟ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଦେବାକୁ ଘୋଷଣା କରିଛନ୍ତି। ତାଙ୍କ ଦଳ ସରକାରକୁ ଆସିଲେ ମାଗଣା ବିଜୁଳି ଯୋଗାଇବେ। ଗୁଜରାଟବାସୀଙ୍କୁ ମାଗଣାରେ ବିଜୁଳି ଉପଲବ୍ଧ କରାଇବା ସମ୍ଭବ, ଯଦି ସେମାନରେ ରାଜ୍ୟରେ ସଚ୍ଚୋଟ ପାର୍ଟିକୁ କ୍ଷମତାକୁ ଆଣିବେ। ତାଙ୍କ ପାର୍ଟି ଦିଲ୍ଲୀ ଏବଂ ପଞ୍ଜାବରେ ଏହା କରି ଦେଖାଇଛି ଯେ, ଆପ୍‌ ନିଜ ପ୍ରତିଶ୍ରୁତିରେ କାଏମ ରହିଛି।

ଗୁଜରାଟରେ ବି ଶସ୍ତା, ମାଗଣା ୨୪ ଘଣ୍ଟା ବିଜୁଳି ମିଳି ମାରିବ। ସର୍ତ୍ତ କେବଳ ଗୋଟିଏ, ଆପଣଙ୍କୁ ସରକାର ବଦଳାଇବାକୁ ପଡିବ। ଏକ ସଚ୍ଚୋଟ ପାର୍ଟିକୁ ଆଣିବାକୁ ପଡିବ। ଗୁଜରାଟର ବିଜୁଳି ସମସ୍ୟାର ସମାଧାନକୁ ନେଇ ରବିବାର ମୁଁ ପୁଣି ଥରେ ଆସିବି ବୋଲି ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ଆପ୍ ସୁପ୍ରିମୋ କହିଛନ୍ତି, ଯେବେ ଆମେ ଦିଲ୍ଲୀରେ ବିଜୁଳି ମାଗଣାରେ ଦେଇଥିଲୁ ସେହି ସମୟରେ ବିଜେପି ଏବଂ କଂଗ୍ରେସ ନେତା କହୁଥିଲେ ଦିଲ୍ଲୀ ଛୋଟ ରାଜ୍ୟ, ଏଠାରେ ବିଜୁଳି ମାଗଣାରେ ଦିଆଯାଇ ପାରିବ। ମାତ୍ର ବଡ ରାଜ୍ୟରେ ଏମିତି ହୋଇ ପାରିବ ନାହିଁ। ଏହା ପରେ ଭଗବାନ ଆମକୁ ପଞ୍ଜାବ ପରି ବଡ ରାଜ୍ୟ ଦେଇଛନ୍ତି। ମାତ୍ର ତିନି ମାସ ଭିତରେ ଆମେ ଏଠାରେ ଜୁଲାଇ ୧ରୁ ମାଗଣା ବିଜୁଳି ଯୋଗାଣ ଆରମ୍ଭ କରିଛୁ। ମୁଁ ପାଠ ପଢା ଲେଖା ଲୋକ। ମୋର ଡିଗ୍ରୀ ମଧ୍ୟ ଅସଲି ବୋଲି କେଜ୍ରିଓ୍ଵାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.