ହୋମଗାର୍ଡଙ୍କୁ ଦରମା ଦିଅ- ହାଇକୋର୍ଟ
28/02/2020 at 7:19 PM

ଭୁବନେଶ୍ବର୨୮/୨:ହୋମଗାର୍ଡଙ୍କ ପାଇଁ ଖୁସି ଖବର । ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏଯାଏ ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଲାଗୁ କରିବାକୁ କୋର୍ଟ କହିଛନ୍ତି । ୨୦୧୬ ମସିହାରେ ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଛଡା ଅନ୍ୟ ରାଜ୍ୟ ଏହାକୁ ଲାଗୁ କରିସାରିଛନ୍ତି । ତେଣୁ ଏହାକୁ ଚାଲେଞ୍ଜ କରି ହୋମଗାର୍ଡ ସଂଘ ହାଇକୋର୍ଟ ଯାଇଥିଲା । ଏବେ ରାଜ୍ୟରେ ମୋଟ ୧୭ ହଜାର ୬୭୫ ହୋମଗାର୍ଡ କାର୍ଯ୍ୟ କରୁଛନ୍ତି ।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023