LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩୦ ଦିନ ଭିତରେ ଦିଅ ପୁନଃରୁଦ୍ଧାର ଯୋଜନାର ବିସ୍ତୃତ ରିପୋର୍ଟ: ଗୋ ଫାଷ୍ଟକୁ ଡିଜିସିଏର ଚିଠି

25/05/2023 at 8:22 PM

ନୂଆଦିଲ୍ଲୀ, ୨୫/୦୫: ୩୦ ଦିନ ମଧ୍ୟରେ ପୁନଃପରିଚାଳନା ଯୋଜନା ବିଷୟ​‌ରେ ଜଣାଇବାକୁ ଗୋ ଫାଷ୍ଟକୁ ଡିଜିସିଏର ନୋଟିସ୍‌। ଗୁରବାର ଡିଜିସିଏ, ସଙ୍କଟରେ ପଡ଼ିଥିବା ଗୋ ଫାଷ୍ଟକୁ ଏହାର ପୁନଃପରିଚାଳନା ଯୋଜନାର ବିସ୍ତୃତ ରିପୋର୍ଟ ୩୦ ଦିନ ମଧ୍ୟରେ ଦେବାକୁ କହିଛି। ଏହି ରିପୋର୍ଟରେ ଡିଜିସିଏ ଗୋ ଫାଷ୍ଟକୁ ପରିଚାଳନା ପାଇଁ ଉପଲବ୍ଧ ଏୟାରକ୍ରାଫ୍ଟର ସଂଖ୍ୟା, ପାଇଲଟ୍‌ ଏବଂ କର୍ମଚାରୀ, ରକ୍ଷଣାବେକ୍ଷଣ ଏବଂ ଫଣ୍ଡିଂ ସହ ଜଡ଼ିତ ତଥ୍ୟ ଉପଲବ୍ଧ କରିବାକୁ କୁହାଯାଇଛି। ଗୋ ଫାଷ୍ଟ ଏହି ସବୁ ଦେବା ପରେ, ଡିଜିସିଏ ଉଡ଼ାଣ ଆରମ୍ଭ କରିବା ଦିଗରେ ପୁଣି ଉଚିତ ନିଷ୍ପତ୍ତି ନେବ।

ସୂଚନାଥାଉକି, ଆର୍ଥିକ ସଙ୍କଟ କାରଣରୁ ମେ ୨୩ରୁ ଏହାର ଉଡ଼ାଣ ବନ୍ଦ ରଖିଛି ଗୋ ଫାଷ୍ଟ। ଗୋ ଫାଷ୍ଟ ତରଫରୁ ପୁଣି ଥରେ ବିମାନ ପରିଚାଳନା ଆରମ୍ଭ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ତାରିଖ ନିଶ୍ଚିତ ହୋଇନାହିଁ। ଗୁରୁବାର ଦିଲ୍ଲୀ ହାଇକୋର୍ଟ ବିଚାରପତି ପ୍ରତିଭା ଏମ ସିଂହ ଗୁରୁବାର ବିନା କାରଣ ଦର୍ଶାଇ, ଗୋ ଫାଷ୍ଟକୁ ଲିଜ୍‌ରେ ବିମାନ ଯୋଗାଉଥିବା କମ୍ପାନୀଙ୍କ ତରଫରୁ ରୁଜୁ ଯାଚିକାର ଶୁଣାଣିରୁ ନିଜକୁ ଅଲଗା କରିଛନ୍ତି। ଏହାକୁ ଶୁକ୍ରବାର ମୁଖ୍ୟ ବିଚାରପତିଙ୍କ ଆଦେଶରେ ଅନ୍ୟ ବିଚାରପତି ଶୁଣାଣି କରିବେ। ସେପଟେ ଏନଏଲଟି ମଧ୍ୟ ସୋମବାର ଗୋ ଫାଷ୍ଟ ବିରୋଧରେ ଦେବାଳିଆ ସମାଧାନ କାର୍ଯ୍ୟାନୁଷ୍ଠାନ ଜାରି ରଖାଯିବା ନେଇ କହିଛନ୍ତି। ଯାହାପରେ ଗୋ ଫାଷ୍ଟକୁ ବିମାନ ଲିଜ୍‌ରେ ଦେଇଥିବା କମ୍ପାନି ନିଜର ବିମାନ ଫେରାଇ ନେବ ପ୍ରୟାସକୁ ଝଟକା ଲାଗିଛି।

ଉଲେ୍‌ଖଯୋଗ୍ୟ, ଗୋ ଫାଷ୍ଟ ଘରୋଇ ବଜାରରେ ଶସ୍ତା ବିମାନ ସେବା ଦେଉଥିବା ବଡ଼ କମ୍ପାନିଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ଏୟାରଲାଇନ ଦୀର୍ଘ ଦିନରୁ ଆର୍ଥିକ ସଙ୍କଟ ଦେଇ କରୁଥିଲା। ଯାହା ପରେ କମ୍ପାନି ମଇ ୩ରେ ବିମାନ ସେବା ବନ୍ଦ କରିଥିଲା। ଏହା ସହ ଏନସିଏଲଟିର ଦ୍ବାରସ୍ଥ ହେବା ସହ ନିଜକୁ ଦେବାଳିଆ କରିବା ପାଇଁ ଆବେଦନ କରିଥିଲା ଯାହାକୁ ସ୍ବୀକାର କରାଯାଇଥିଲା।

   Related Posts