ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍କୁ ଛଟେଇ କଲା GitHub
28/03/2023 at 10:56 PM

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ମାଲିକାନାରେ ଥିବା ଇଣ୍ଟର୍ନେଟ୍ ହୋଷ୍ଟିଂ ସର୍ଭିସ ଗିଟହବ୍(GitHub) ସଫ୍ଟୱେୟାର କମ୍ପାନୀ ଭାରତରେ ଥିବା ତାର ସମସ୍ତ ଇଞ୍ଜିନିୟର ଟିମ୍କୁ ଛଟେଇ କରିଛି। ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ଭାରତରେ ଗିଟହବର ସର୍ବାଧିକ ବ୍ୟବସାୟ ଥିଲା। ଭାରତରେ ଗିଟହବ୍ ସଂସ୍ଥାରେ ମୋଟ ୧୪୨ ଇଞ୍ଜିନିୟର କାମ କରୁଥିଲେ। ଛଟେଇ ହେବା ଦ୍ୱାରା ସବୁ ଇଞ୍ଜିନିୟର ପ୍ରଭାବିତ ହେବେ। ସୂଚନା ଥାଉକି ୨୦୧୮ରେ ମାଇକ୍ରୋସଫ୍ଟ ଗିଟହବ୍କୁ କିଣି ନେଇଥିଲା। ଆଉ ୨୦୨୨ ସୁଧା କମ୍ପାନୀର ବାର୍ଷିକ ଆୟ ୧ ବିଲିୟନ ରହିଥିଲା।
ସୋମବାର(ମାର୍ଚ୍ଚ ୨୭) ମିଳିଥିବା ସୂଚନା ଅନୁସାରେ କମ୍ପାନୀ ୧୪୨ ଇଞ୍ଜିନିୟରଙ୍କୁ ଚାକିରିରୁ ବିଦା କରିଦେଇଛି। କମ୍ପାନୀ ପକ୍ଷରୁ ଯଦିଓ କେତେ ଛଟେଇ କରାଯାଇଛି ସେ ନେଇ ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ତେବେ ଫେବ୍ରୁଆରୀ ମାସରେ ଘୋଷଣା ହୋଇଥିବା ପୁନର୍ଗଠନ ଯୋଜନା ଅନୁସାରେ କମ୍ପାନୀ କର୍ମଚାରୀ ସଂଖ୍ୟା ହ୍ରାସ କରିଛି ବୋଲି କହିଛି। ନିଷ୍ପତ୍ତି କଷ୍ଟଦାୟକ ହେଲେ ବି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ ସୂଚନା ଦେଇଛି।
ବ୍ୟବସାୟରେ ସନ୍ତୁଳନ ବଜାଇ ରଖିବା ସହ କ୍ଷୀଣସ୍ଥାୟୀ ବ୍ୟବସାୟୀରେ ପୁଞ୍ଜି ନିବେଶ କରିବା ପରିବର୍ତ୍ତେ ଦୀର୍ଘସ୍ଥାୟୀ ଯୋଜନାରେ ପୁଞ୍ଜି ନିବେଶ କରିବାକୁ ପଡ଼ିବ ବୋଲି କମ୍ପାନୀ କହିଛି।
ଅନ୍ୟାନ୍ୟ ଟେକ୍ କମ୍ପାନୀ ଭଳି ଗିଟ୍ହବ୍ ସିଇଓ ଥୋମାସ ଦୋହମକେ ମେଲ୍ ଦେଇ କର୍ମଚୀଙ୍କୁ ଛଟେଇ କରିବା ସହ କର୍ମଚାରୀଙ୍କ ପାଇଁ ସମବେଦନାଭରା ମେସେଜ୍ ଦେଇଛନ୍ତି। ତେବେ କାମ ଆଧାରରେ କାହାକୁ ଚାକିରିରୁ ବିଦା କରାଯାଇ ନାହିଁ। ପୂରା ଟିମ୍କୁ ବରଖାସ୍ତ କରାଯାଇଛି ବୋଲି କମ୍ପାନୀ କହିଛି। ସୂଚନା ଥାଉକି ଗିଟ୍ହବ୍ ପ୍ରଥମ ଥର ପାଇଁ ଏଭଳି ଛଟେଇ କରି ନାହିଁ। ପୂର୍ବରୁ ଗତମାସରେ ମଧ୍ୟ କମ୍ପାନୀ ଖର୍ଚ୍ଚକାଟ ପାଇଁ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିଥିଲା। ଅନ୍ୟପଟେ ଛଟେଇ ବି କରିଥିଲା।