ଛାତରୁ ପଡ଼ି ଗୀତାଞ୍ଜଳୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼...

Published By : Prameya-News7 Bureau | February 20, 2020 IST

ଭୁବନେଶ୍ବର୨୦/୨: ଭୁବନେଶ୍ବର ବିଜେବି ନଗର ଗୀତାଞ୍ଜଳୀ ଆପାର୍ଟମେଣ୍ଟ ଛାତରୁ ପଡ଼ି ଛାତ୍ରୀ ମୃତ୍ୟୁ ଘଟଣାରେ ଏବେ ଗୋଟେ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟର ଖୁଲାସା ହୋଇନଥିବା ବେଳେ ମୃତ୍ୟୁ ପୂର୍ବରୁ ଛାତ୍ରୀ ବିଷ ପିଇଥିଲେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ  ଏ ବାବଦରେ କ୍ୟାପିଟାଲ ହସ୍ପିଟାଲର କୌଣସି ଡାକ୍ତର କିମ୍ବା କମିଶନରେଟ୍  ପୋଲିସ କେହି ବି ମୁହଁ ଖୋଲିନାହାନ୍ତି ।

ଗତ ୧୬ ତାରିଖରେ ଗୀତାଞ୍ଜଳି ଆପାର୍ଟମେଣ୍ଟରୁ ପଡି ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କର ମୃତ୍ୟୁ ହୋଇଥିଲା । କୃତ୍ତିକା ସ୍ଥାନୀୟ ବିଜେଇଏମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ତେବେ କୃତ୍ତିକା  ଇନଷ୍ଟାଗ୍ରାମ ପୋଷ୍ଟରୁ ନାନା ସଂଦେହ ଉଠିଥିବା ବେଳେ ଏବେ ବିଷପାନ ଚର୍ଚ୍ଚା ନା ନା ପ୍ରଶ୍ନ ଠିଆ କରିଛି । ବିଜେବି ନଗର ଆପାର୍ଟମେଣ୍ଟରୁ ପଡି ଛାତ୍ରୀ ମୃତ୍ୟୁ ଘଟଣା। ମୃତ୍ୟୁ ପୂର୍ବରୁ କୃତିକା ବିଷ ପିଇଥିବା ସନ୍ଦେହ। ପୋଷ୍ଟମଟମ ରିପୋର୍ଟ ଆସିବା ପରେ ଜଣାପଡିବ ସତ କଣ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.