ଯାଜପୁର ଜିଆଇଟି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ମୃତଦେହ ବ୍ୟବଛେଦ ପାଇଁ ପଠାଇଲା ପୋଲିସ୍‌

Published By : Prameya-News7 Bureau | November 04, 2021 IST

ଚଣ୍ଡିଖୋଲ, ୦୪/୧୧: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ସୂଂଗୁଡା ଠାରେ ଥିବା ଜିଆଇଟି କଲେଜ ହଷ୍ଟେଲରେ ଗତକାଲି ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ, ମୃତ ଛାତ୍ରୀ +2 ବିଜ୍ଞାନ ଦ୍ୱତୀୟ ବର୍ଷର ଛାତ୍ରୀ ସ୍ମୃତିଶ୍ରୀ ଦାସ । ଗତକାଲି ରୁମରେ ସହ ପାଠୀ କ୍ଲାସକୁ ଯାଇଥିବା ସମୟରେ ଛାତ୍ରୀ ଜଣକ ରୁମରେ ଏକୁଟିଆ ଥିଲେ । ସହପାଠୀମାନେ ରୁମକୁ ଫେରି ଦେଖିଲାବେଳକୁ ରୁମ ଭିତରୁ ପଟୁ ବନ୍ଦ ରହିଥିଲା । ଏନେଇ କଲେଜ କର୍ତ୍ତୃପକ୍ଷ କବାଟ ଖୋଲିଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

wp:html https://youtu.be/b551Ov5Svd0 /wp:html

ଫ୍ୟାନରେ ଗାମୁଛା ଲାଗି ଥିବା ବେଳେ ଛାତ୍ରୀଙ୍କ ମୃତ ଦେହ ପାଖରେ ସୁଇସାଇଡ ନୋଟ ପଡ଼ିଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟାକୁ ପରିବାର ଲୋକେ ଅସ୍ବୀକାର କରିଥିବା ବେଳେ ଝିଅକୁ ହତ୍ୟା କରାଯାଇ ଥିବା ଅଭିଯୋଗ କରିଛନ୍ତି । ଆଜି ଘଟଣା ସ୍ଥଳରେ ଯାଜପୁର ଅତିରିକ୍ତ sp, sdpo, ପୋଲିସ ଟିମ, ସାଇଣ୍ଟିଫିକ ଟିମ, ପହଁଚି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ, ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି । ଏ ନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.