ଚାଦରରେ ଗୁଡାଯାଇଥିବା ଯୁବତୀଙ୍କ ମୃତ ଶରୀରକୁ ଉଦ୍ଧାର କଲା ପୋଲିସ, ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

Published By : Prameya-News7 Bureau | October 28, 2019 IST

ଶାହାଜନପୁର୨୮/୧୦: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଗଳିତ ଶବ ଉଦ୍ଧର ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ ହସ୍ପିଟାଲ ପଠାଇଛି। ଶାହାଜନପୁରର କୋତଓ୍ବାଲି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ପୋଲିସର ସୂଚନା ଅନୁସାରେ କୋତଓ୍ବାଲିଠାରୁ ପ୍ରାୟ ଦୁଇ କିଲୋମିଟରରେ ଦୂରର ମଦନପୁର ରାସ୍ତା କଡ଼ରେ ୨୫ ବର୍ଷ ବୟସ୍କା  ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ନୀଳ ରଙ୍ଗର ପ୍ୟାଣ୍ଟ ଓ ଗୋଟେ ସ୍କଟ୍ ପିନ୍ଧିଥିବା ଯୁବତୀଙ୍କ ମୃତ ଶରୀର ଉଦ୍ଧାର ହେବା ପ​ରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।  ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ।

ପୋଲିସର କହିବା ଅନୁସାରେ ପାଖାପାଖି ୮/୧୦ ଦିନ ହେବ ଯୁବତୀଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଏକ ସ୍ଥାନରୁ ଶବ ଆଣି ମଦନପୁର ରାସ୍ତା କଡ଼ରେ ପକାଇ ଦିଆଯାଇଛି। ଯୁବତୀଙ୍କ ପରିଚୟ ନ ଥିବାରୁ ତାଙ୍କ ପରିବାର ସହ ଯୋଗାଯୋଗ ହୋଇ ପାରି ନାହିଁ। ତେଣୁ ପୋଲିସ ଯୁବତୀଙ୍କ ସଂପର୍କୀୟ ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଛି। ମୃତ ଯୁବତୀ ସ୍ଥାନୀୟ ଅଞ୍ଚଳର ନୁହନ୍ତି  ବୋଲି ଜଣାପଡିଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.