ଘୋଷଣା: ସରକାରୀ ସ୍କୁଲର ସମସ୍ତ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରତି ମାସରେ ମିଳିବ ୧-୧ ହଜାର ଟଙ୍କା

Published By : Prameya-News7 Bureau | March 18, 2022 IST

ନୂଆଦିଲ୍ଲୀ,୧୮/୦୩: ତାମିଲନାଡୁ ସରକାର ଝିଅଙ୍କ ଆର୍ଥିକ ବାଧା ଦୂର କରିବା ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି । ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ଶୁକ୍ରବାର ଛାତ୍ରୀମାନଙ୍କୁ ପ୍ରତିମାସରେ ଏକ ହଜାର ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତିମାସରେ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର କରିବେ ତାମିଲନାଡୁ ସରକାର। ରାଜ୍ୟର ଅର୍ଥମନ୍ତ୍ରୀ ପି.ଟି ରାଜନ ରାଜ୍ୟସଭାରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରି ଏହାର ଘୋଷଣା କରିଛନ୍ତି । ଏହି ଯୋଜନା ଦ୍ୱାରା ରାଜ୍ୟର ୬ ଲକ୍ଷ ଝିଅ ଉପକୃତ ହେବେ।  

ରାଜ୍ୟର ଅର୍ଥମନ୍ତ୍ରୀ କହିଛନ୍ତି, ବଜେଟରେ ଏହି ଯୋଜନା ପାଇଁ ୬୯୮ କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ଘୋଷଣା ଅନୁସାରେ ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଙ୍କୁ ସେମାନଙ୍କୁ ସ୍ନାନକ ଡିଗ୍ରୀ ଏବଂ ଡିପ୍ଲୋମା ଏବଂ ଆଇଟିଆଇ ପାଠ୍ୟକ୍ରମ ଅବାଧ ରୂପେ ଶେଷ କରିବା ପାଇଁ ପ୍ରତିମାସରେ ୧୦୦୦ ଟଙ୍କା ପ୍ରଦାନ କରାଯିବ। ଏହାସହ ମନ୍ତ୍ରୀ କହିଛନ୍ତି, ଛାତ୍ରୀମାନେ ଏହି ଯୋଜନା ସହ ଅନ୍ୟ ଛାତ୍ରବୃତ୍ତି ପାଇଁ ଯୋଗ୍ୟ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.