Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛାତ୍ରଙ୍କ ତୁଳନାରେ ଏବେ ଛାତ୍ରୀ ଆଗରେ, ଏହା ପଛରେ କ’ଣ ରହିଛି କାରଣ ? ଜାଣନ୍ତୁ

31/05/2023 at 10:29 PM

ଭୁବନେଶ୍ଵର: ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗରେ । ବିଭିନ୍ନ ପରୀକ୍ଷା ରେଜଲ୍ଟକୁ ଦେଖିଲେ ପାଠପଢାରେ ପୁଅଙ୍କ ତୁଳନାରେ ଯେ ଝିଅ ଆଗୁଆ ଏହା ନିଃସନ୍ଦେହ । ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଜିଲ୍ଲା ଟପ୍ପର ତାଲିକାରେ ମଧ୍ୟ ଝିଅଙ୍କ ସଂଖ୍ୟା ଅଧିକ ରହିଛି। ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସହାର ରହିଛି ୮୪.୨୮ ପ୍ରତିଶତ ରହିଛି ।

ମାଟ୍ରିକ୍ ପରୀକ୍ଷାରେ ସମାନ କଥା ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ପାସ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ଥିଲା ୯୫.୭୫%। ସିବିଏସ୍ଇ ପରୀକ୍ଷାରେ ବି ଛାତ୍ରୀ ଆଗରେ ରହିଥିଲେ। ନିକଟରେ ପ୍ରକାଶ ପାଇଥିବା ସିଭିଲ ସର୍ଭିସ ରେଜଲ୍ଟରେ ମଧ୍ୟ ଆଗରେ ରହିଥିଲେ ମହିଳା। ପ୍ରଥମ ୪ ସ୍ଥାନ ଦଖଲ କରିଥିଲେ ମହିଳା। ଶ୍ରେଷ୍ଠ ୨୫ ସ୍ଥାନରେ ୧୪ ଜଣ ମହିଳା ରହିଥିଲେ । ସଦ୍ୟ ପ୍ରକାଶିତ ୟୁନିସେଫର ଏକ ରିପୋର୍ଟ ଅନୁଯାୟୀ ଗଣିତରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପ୍ରଦର୍ଶନ ଓ ସମସ୍ୟା ସମାଧାନ ଦକ୍ଷତା ଅଧିକ। ମୋଟାମୋଟି କହିବାକୁ ଗଲେ ପୁଅଙ୍କ ତୁଳନାରେ ଝିଅମାନେ ପାଠପଢାରେ ଅଧିକ ନିପୁଣ। ବେଶୀ ସଫଳ ହେଉଛନ୍ତି। ଶ୍ରେଣୀ ଓ ପରୀକ୍ଷାରେ ଆଗରେ ରହୁଛନ୍ତି ।

କିଛି କାରଣ

ନଜର ପକାନ୍ତୁ ଝିଅ ଆଗରେ ରହିବାର କିଛି କାରଣ ଉପରେ । କାରଣ ନମ୍ବର-୧ । ଏକାଗ୍ରତା ଏବଂ ଫୋକସ। ଏଥିରେ ପୁଅଙ୍କ ତୁଳନାରେ ଝିଅ ଆଗରେ। ଝିଅମାନେ ଅଧିକ ମନଯୋଗ ଏବଂ ଏକାଗ୍ରତାର ସହ ପାଠ ଉପରେ ଫୋକସ୍ କରନ୍ତି ।କାରଣ ନମ୍ବର-୨ । ଘରେ ଅଧିକ ସମୟ ରହିବା । ପୁଅମାନେ ଘର ଅପେକ୍ଷା ବାହାରେ ଅଧିକ ସମୟ ବିତାନ୍ତି । ସେ ତୁଳନାରେ ଝିଅମାନେ କିନ୍ତୁ ଘରେ ଅଧିକ ସମୟ ରହିଥାନ୍ତି। ଯାହା ସେମାନଙ୍କୁ ପାଠପଢା ପ୍ରତି ପ୍ରେରିତ କରିଥାଏ। କାରଣ ନମ୍ବର-୩ ।

ଏ ଖବର ପଢନ୍ତୁ- ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ, ଓ୍ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ

ପଢିବି ଏବଂ ଲକ୍ଷ୍ୟ ପୂରଣ କରିବ । ପାଠପଢି ବାପା-ମାଆଙ୍କ ସ୍ବପ୍ନ ପୂରଣ କରିବି ଏ ଜିଦ୍ ଝିଅମାନଙ୍କୁ ଅଧିକ ସଫଳତା ଆଣିଦିଏ । କାରଣ ନମ୍ବର-୪ । ମହିଳା ସଶକ୍ତିକରଣ । ଏହା ଝିଅମାନଙ୍କୁ ପାଠପଢା ପ୍ରତି ଅଧିକ ପ୍ରେରିତ ଏବଂ ପ୍ରୋତ୍ସାହିତ କରୁଛି । ଶ୍ରେଣୀ ଶିକ୍ଷାରେ ପୁଅମାନେ କାହିଁକି ପଛରେ ରହୁଛନ୍ତି, ଏହାର ମନସ୍ତାତ୍ତ୍ବିକ ଦିଗକୁ ବିଚାର କରିବାର ଆବଶ୍ୟକତା ରହିଛି।

   Related Posts