ଗାର୍ଲଫ୍ରେଣ୍ଡର ଚୁଟିରୁ ଆସୁଥିଲା ଦୁର୍ଗନ୍ଧ…. ! ସୋସିଆଲ ସାଇଟରେ ନିଜ ଦୁଃଖ ବଖାଣିଲେ ପ୍ରେମିକ

Published By : Prameya-News7 Bureau | December 13, 2021 IST

ନୂଆଦିଲ୍ଲୀ ୧୩/୧୨ : ଆଜିକାଲି ସବୁଆଡ଼େ ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ ଯୋଡି ଦେଖିବାକୁ ମିଳୁଛି । ତେବେ ସମୟ ସମୟରେ ସଂପର୍କରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଏ। ଏହି ସମସ୍ୟା କେତେବେଳେ ସନ୍ଦେହ ଭାବରୁ ସୃଷ୍ଟି ହୋଇଥାଏ ତ କେତେବେଳେ ଏହା ବୃତ୍ତିଗତ କାରଣରୁ ଦେଖାଯାଏ। କିନ୍ତୁ ଜଣେ ବୟଫ୍ରେଣ୍ଡ ପରିଷ୍କାର ପରିଚ୍ଛନ୍ନତା କାରଣରୁ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିବା ମାମଲା ଦେଖିବାକୁ ମିଳିଛି। ବୟଫ୍ରେଣ୍ଡ ଜଣକ ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି।

ବୟଫ୍ରେଣ୍ଡ ଜଣଙ୍କ ଅନଲାଇନ ସେୟାରିଙ୍ଗ ସାଇଟ ରେଡିଟରେ କହିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡଙ୍କ କେଶରୁ ସବୁବେଳେ ଦୁର୍ଗନ୍ଧ ଆସିବା ସହ ବହୁତ ଅପରିଷ୍କାର ରହିଥାଏ। ତାଙ୍କ ଗାର୍ଲଫ୍ରେଣ୍ଡ ସପ୍ତାହକୁ ମାତ୍ର ଥରେ ବାଳ ଧୁଅନ୍ତି ବୋଲି ସେ ଏହି ଅନଲାଇନ ସାଇଟରେ ପ୍ରକାଶ କରିଛନ୍ତି। ଏହି ଅଭିଯୋଗ ବହୁତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ତାଙ୍କର ଏହି ସମସ୍ୟାକୁ ବହୁତ ଦୁଃଖର ସହିତ ସମସ୍ତଙ୍କ ଆଗରେ ସେ ଜଣାଇଛନ୍ତି।

{"id":559210,"sizeSlug":"full","linkDestination":"none"}

ବୟଫ୍ରେଣ୍ଡ ଜଣଙ୍କ ନାଁ ନନେଇ କହିଛନ୍ତି ତାଙ୍କ ପ୍ରେମିକାର ଏହି ସ୍ୱଭାବ ପାଇଁ ସେ କିଛି କହୁ ନଥିଲେ । କିନ୍ତୁ ସେ ଦିନେ ବାଧ୍ୟ ହୋଇ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ କହିଲେ ତାଙ୍କ ବାଳର ଦୁର୍ଗନ୍ଧ ଓ ଅପରିଷ୍କାରପଣ ତାଙ୍କୁ ଭଲ ଲାଗୁନାହିଁ । ଏହା ଶୁଣି ତାଙ୍କ ଗର୍ଲଫ୍ରେଣ୍ଡ ଚିହିଁକି ଉଠିଥିଲେ ଓ କହିଥିଲେ ସେ ଚନ୍ଦା ଓ ତାଙ୍କ ବାଳକୁ ଦେଖି ତାଙ୍କର ଇର୍ଷା ହେଉଛି। ବୟଫ୍ରେଣ୍ଡ କହିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ବହୁତ ସୁନ୍ଦରୀ, ତାଙ୍କର କେଶ ବହୁତ ଲମ୍ବା ଓ କୁଞ୍ଚ୍କୁଞ୍ଚିଆ ଅଟେ । କିନ୍ତୁ ସେ ଯେତେବେଳେ ଘରେ ବାଳ ଖୋଲି ରହନ୍ତି ବହୁତ ଖରାପ ଗନ୍ଧ ଆସେ । ସେଥିପାଇଁ ବୟଫ୍ରେଣ୍ଡ ସବୁବେଳେ ବାଳ ପରିଷ୍କାର କରିବାକୁ ଗାର୍ଲଫ୍ରେଣ୍ଡକୁ କହିଥିଲେ। ଏହା ଶୁଣି ଗର୍ଲଫ୍ରେଣ୍ଡ କହିଛନ୍ତି ମୋର କାହାରି ଉପଦେଶ ଦରକାର ନାହିଁ। ମୁ କଣ କରିବି ମୋତେ ବେଶ ଭଲ ଭାବେ ଜଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.