oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟାଣ୍ଡ-ବାଜା ନେଇ ପ୍ରେମିକ ଘରେ ପହଞ୍ଚିଗଲେ ପ୍ରେମିକା, ବିବାହ କରିବାକୁ ଧରିଲେ ଜିଦ୍

3/06/2021 at 12:31 PM

ଗୋରଖପୁର ୩।୬: ଉତ୍ତରପ୍ରଦେଶ ଗୋରଖପୁରରେ ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କ ଘରେ ବ୍ୟାଣ୍ଡ-ବାଜା ଏବଂ ସମ୍ପର୍କୀୟଙ୍କ ସହ ପହଞ୍ଚିଲେ । ସେନା ବାହିନୀରେ କାମ କରୁଥିବା ପ୍ରେମିକଙ୍କ ବିବାହ ଅନ୍ୟତ୍ର ହେଉଥିବା ସମ୍ପର୍କରେ ସୂଚନା ପାଇବା ପରେ ପ୍ରେମିକ ଜଣଙ୍କ ଏପରି କାଣ୍ଡ ଘଟାଇଥିଲେ । ପ୍ରେମିକଙ୍କ ଘରେ ଘଣ୍ଟାଏ ଧରି ହାଇପ୍ରୋଫାଇଲ ଡ୍ରାମା ଚାଲିଥିଲା ।ସେ ଯଦି ତାଙ୍କ ପ୍ରେମିକଙ୍କୁ ବିବାହ ନକରନ୍ତି ତେବେ ସେଠାରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ସେଠାରେ ପୋଲିସ ପହଞ୍ଚି ତାଙ୍କୁ ବୁଝାଇ ସୁଝାଇ ଘରକୁ ପଠାଇଛି ।

ପ୍ରେମିକା ଜଣଙ୍କ କହିଛନ୍ତି ଯେ, ଦୁଇ ବର୍ଷ ତଳେ ତାଙ୍କ ମାଉସୀଙ୍କ ଘରେ ସନ୍ଦୀପ ମୌର୍ଯ୍ୟଙ୍କ ସହ ପରିଚୟ ହୋଇଥିଲା । ସେ ତାଙ୍କ ଘରକୁ ଯିବାଆସିବା ମଧ୍ୟ କରୁଥିଲେ । ଏହାପରେ ପ୍ରେମିକ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ କରିଥିଲେ । ଏହି ସମୟରେ ସେନାବାହିନୀରେ ତାଙ୍କର ଟ୍ରେନିଂ ଆରମ୍ଭ ହୋଇଥିଲା । ଟ୍ରେନିଂ ମଝିରେ ସେ ଆସୁଥିଲେ ଏବଂ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ । ସେନାରେ ଯବାନ ଭାବେ ଚାକିରୀ ପାଇବା ପରେ ସେ ବିବାହ କରିବାକୁ ମନା କରିଥିଲେ । ଯେତେବେଳେ ଯୁବକ ଜଣଙ୍କ ବିବାହ କରୁଥିବା ନେଇ ସେ ସୂଚନା ପାଇଲେ, ସେତେବେଳେ ସେ ବ୍ୟାଣ୍ଡ ବାଜା ଧରି ପ୍ରେମିକଙ୍କ ଘରେ ପହଞ୍ଚିଗଲେ । ଯୁବତୀ ଜଣଙ୍କ କହିଥିଲେ ଯେ, ଯଦି ସେ ନିଜ ପ୍ରେମିକଙ୍କୁ ବିବାହ ନକରନ୍ତି ତେବେ ସେ ତାଙ୍କ ଘର ସାମ୍ନାରେ ଆତ୍ମହତ୍ୟା କରିବି ।

ଯୁବତୀଙ୍କ ପରିବାରଲୋକ କହିଛନ୍ତି ଯେ, ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ଏଫଆଇଆର ହୋଇଛି । ଯଦି ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି, ତେବେ ତାଙ୍କର ବିବାହ ଏବଂ ସେନାରେ ଚାକିରୀ କରିବାର କୌଣସି ଅଧିକାର ମଧ୍ୟ ନାହିଁ । ପୋଲିସ ତାଙ୍କୁ ଗିରଫ କରିବା ଉଚିତ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଘରକୁ ପଠାଇଦେଇଥିବା ଜଣାପଡିଛି ।

   Related Posts