ଯୁବତୀ ରଚିଲା ପ୍ରେମିକ ମୃତ୍ୟୁର ଚକ୍ରବ୍ୟୁହ , ପରିବାର ସହ ମିଶି ମାରିବାର ଯୋଜନାକଲା ପ୍ରସ୍ତୁତ

Published By : Prameya-News7 Bureau | February 24, 2019 IST

ସିକର ୨୪/୨- ପ୍ରେମିକା ସାଜିଲା ନିଜ ପ୍ରେମିକର ହତ୍ୟାକାରୀ । ପରିବାରସହ ମିଶିକଲା ଯୋଜନା ପ୍ରସ୍ତୁତ । ପ୍ରେମିକକୁ ମାରିଦେଲା ପରେ ନିଜ ଶୋଇବା ଘର ଫ୍ୟାନରେ ମାରି ଟାଙ୍ଗିଦେଲା ।

ଏହିଭଳି ଘଟଣା ଘଟିଛି ରାଜସ୍ଥାନର ସିକର ଅଂଚଳରେ । ସୋନୁଦାସ(୨୩) ନାମକ ଜଣେ ଯୁବକ ଏହି ହତ୍ୟାକାଣ୍ଡର ହୋଇଛନ୍ତି ଶିକାର । ସୋନୁ ଗ୍ରାଜୁଏସନ ସରିବାପରେ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷାପାଇଁ ପ୍ରସ୍ତୁତି ଚଳାଉଥିଲା । ଏହି ସମୟରେ ସେହି ଗାଁର ରୀୟା ନାମକ ଜଣେ ଯୁବତୀସହ ପ୍ରେମସଂପର୍କ ଗଢ଼ିଉଠିଥିଲା ।

ଶୁକ୍ରବାର ରାତି ୧୦ଟାରେ  ସୋନୁ ଆସିଥିଲା ରୀୟା ପାଖକୁ । ଏମିତି ଅନେକ ସମୟରେ ଲୁଚିଲୁଚି ଆସୁଥିଲା ଓ ସକାଳେ ଫେରିଯାଉଥିଲା । ପରିବାରଲୋକଙ୍କ ଅଜାଣତରେ ସୋନୁ ଆସୁଥିବା କଥା ପୋଲିସ ନିକଟରେ ସ୍ଵୀକାର କରିଛି ରୀୟା । ସେମାନେ ଅନେକଦିନ ହେବ ଏଭଳି ସଂପର୍କରେ ଥିଲେ ବୋଲି ରୀୟା କହିଥିବା ଜଣାଯାଇଛି ।

ରୀୟା ଓ ସୋନୁ ସହିତ କଣଥିଲା ଭୁଲ ବୁଝାବଣା ପୋଲିସ ହାତରେ ଲାଗିନାହିଁ ସେମିତି କିଛି ପ୍ରମାଣ । ଏହି ହତ୍ୟାକାଣ୍ଡ ପଛରେ ରୀୟାର ହାତ ଥିବା ଓ ଯୋଜନା ପ୍ରସ୍ତୁତକରି ପରିବାର ସହ ହତ୍ୟାକରିବା କଥା କହିଛି ରୀୟା ।

ରାତିରେ ସୋନୁ ଆସିବା କଥା ପରିବାରଲୋକଙ୍କୁ ଜଣାଇଥିବା କଥା କହିଛି ରୀୟା । ସୋନୁ ଭୋର ସମୟରେ ରୀୟା ପାଖରୁ ଉଠି ଚାଲିଯିବା ସମୟରେ ରୀୟାର ଭାଇ ସୋନୁକୁ ଦେଖିଥିଲା । ସୋନୁ ଏହି ସମୟରେ ଖସି ପଳାଇଯିବାକୁ ଚେଷ୍ଟା କରୁଥିଲା କିନ୍ତୁ ସୋନୁ ଖସି ନଯାଇ ପୁଣିଥରେ ରୀୟାର ରୁମ୍ ଭିତରକୁ ଚାଲିଯାଇଥିଲା ।

ରୀୟାର ପରିବାରଲୋକ ପ୍ରଥମେ ସୋନୁ ଆତ୍ମହତ୍ୟା କରିଥିବା କଥା ପୋଲିସ ଆଗରେ କହିଥିଲେ । କିନ୍ତୁ ପୋଲିସ ଅଧିକଖିଛି ଜାଣିବା ପାଇଁ ବିଭିନ୍ନ ପ୍ରଶ୍ନ ପଚାରିବାପରେ ସବୁକଥା ସାମନାକୁ ଆସିଥିଲା । କିନ୍ତୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିପାରିନାହିଁ ପୋଲିସ ।

ଏହି ଘଟଣାରେ ରୀୟାର ଭାଇ ଓ ପରିବାରର କିଛିଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.