ବେଡସାଇଡ ସେଲଫି ସହ ବ୍ରେକଅପ ଘୋଷଣା କଲେ ଇଟାଲୀର ଉପ ପ୍ରଧାନମନ୍ତ୍ରୀଙ୍କ ପ୍ରେମିକା

Published By : Prameya-News7 Bureau | November 06, 2018 IST

ରୋମ ୬/୧୧ : ବ୍ରେକଅପ ଘୋଷଣା ପାଇଁ କିଏ କେତେ ପ୍ରକାର ତରିକା ଗ୍ରହଣ କରିଥାନ୍ତି । କିନ୍ତୁ ଇଟାଲୀର ଉପ ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ପ୍ରେମ ସମ୍ପର୍କର ବ୍ରେକ ଅପ ପାଇଁ ତାଙ୍କ ପ୍ରେମିକା ଯେଉଁ ଶୈଳୀ ଅବଲମ୍ବନ କରିଛନ୍ତି ତାହା ଅତ୍ୟନ୍ତ ରୋଚକ ହୋଇଛି । ଉପ ପ୍ରଧାନମନ୍ତ୍ରୀ ମାତେଓ ସାଲବିନିଙ୍କ ପ୍ରେମିକା ଏଲିଜା ଇଜୋଆର୍ଦି ତାଙ୍କ ୩ବର୍ଷର ସମ୍ପର୍କରେ ପୂର୍ଣ୍ମଚ୍ଛେଦ ଟାଣିଥିବା ଘୋଷଣା କରିଛନ୍ତି | ମାତେଓଙ୍କ ସହ ତାଙ୍କର ଏକ ବେଡସାଇଡ ସେଲ୍ଫି  ଇନ୍ସଟାଗ୍ରାମରେ ପୋଷ୍ଟ କରି ସେ ଏହି ବ୍ରେକଅପ ଘୋଷଣା କରିଛନ୍ତି | ନିରୋଳା ଆଉ ସଚ୍ଚା ପ୍ରେମ ଦେଇଥିବା ଯୋଗୁଁ ସେ ମାତେଓଙ୍କୁ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି | ଏଲିଜା ଇଜୋଆର୍ଦି ଜଣେ ଟିଭି ହୋଷ୍ଟ | ଏଲିଜା ମାତେଓଙ୍କ ସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଏକ ସେଲଫି ଇନ୍ସଟାଗ୍ରାମରେ ପୋଷ୍ଟ କରି ପ୍ରେମ ବିଚ୍ଛେଦର ଘୋଷଣା କରିଛନ୍ତି | ଉଭୟଙ୍କ ମଧ୍ୟରେ ଗତ ୩ ବର୍ଷ ହେଲା ମଧୁର ସମ୍ପର୍କ ଥିବା ସେ ନିଜେ ସ୍ୱୀକାର କରିଛନ୍ତି | ତେବେ ତାଙ୍କର ଏଭଳି ପୋଷ୍ଟକୁ ଇଟାଲୀରେ ବହୁ ଲୋକ ନିନ୍ଦା କରିଛନ୍ତି | ମାତେଓ ଏବଂ ଏଲିଜାଙ୍କ ପ୍ରେମ ବିଚ୍ଛେଦ ଦେଶର ସମସ୍ତ ଖବରକାଗଜ ଏବଂ ୱେବସାଇଟରେ ପ୍ରସାରିତ ହୋଇସାରିଛି | ୩୫ ବର୍ଷ ବୟସ୍କା ଇଜୋଆର୍ଦି ପ୍ରେମ ବିଚ୍ଛେଦ ପାଇଁ ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି ତାହା ବହୁତ ଖାସ ଥିଲା | ଫଟୋରେ ମାତେଓ ଗଭୀର ନିଦ୍ରାରେ ଶୋଇଥିବା ବେଳେ ଇଜୋଆର୍ଦି ସେଲଫି ନେଇଛନ୍ତି | ଟିଭି ଟକ ଶୋ ହୋଷ୍ଟ ଇଜୋଆର୍ଦି କହିଛନ୍ତି, ଉଭୟ ଉଭୟଙ୍କୁ ବହୁତ ଭଲପାଆନ୍ତି ଏବଂ ସେ ମାତେଓଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି  | ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ ୧ ତାରିଖରେ ମାତେଓ ଇଟାଲୀର ଉପ-ପ୍ରଧାନମନ୍ତ୍ରୀ ଓ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ୧୯୭୩ ମସିହା ମାର୍ଚ୍ଚ ୯ ତାରିଖରେ ଜନ୍ମିତ ମାତେଓ ଇୟୁରୋପୀୟ ପାର୍ଲାମେଣ୍ଟର ମଧ୍ୟ ସଦସ୍ୟ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.