ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବାରୁ ପ୍ରେମିକା କଲା ହତ୍ୟା ,ରଂଗ ନମ୍ବରରୁ ଆରମ୍ଭ ହୋଇଥିଲା ପ୍ରେମ

Published By : Prameya-News7 Bureau | January 16, 2019 IST

ବାରାଣାସୀ ୧୬/୧- ରଂ ନମ୍ବରରୁ ପ୍ରେମ । ପ୍ରେମରୁ ଶାରୀରିକ ସଂପର୍କ । ଶାରୀରିକ ସଂପର୍କରୁ ବ୍ଲାକମେଲିଂ । ଏହି ଘଟଣାକୁ ନେଇ ପ୍ରେମିକା କରିଛି ହତ୍ୟା ପ୍ରେମିକକୁ ।

ଏହିଭଳି ଘଟଣା ଘଟିଛି ଚନ୍ଦବକ୍ ବଜାର ଅଂଚଳରେ । ଜଣେ ପ୍ରେମିକା ନିଜର ପୁରୁଷବନ୍ଧୁକୁ କରିଛି ହତ୍ୟା । ଶିବମ୍ ନାମକ ଯୁବକ ରଂନମ୍ବରରେ ଚନ୍ଦବକ୍ ବଜାରର ଜଣେ ଯୁବକଙ୍କ ପ୍ରେମ ସଂପର୍କରେ ଆସିଥିଲେ ।  ୩ବର୍ଷର ଭଲପାଇବା ଭିତରେ ବିବାହ କରିବାକୁ କହି ଯୁବକ ଅନେକଥର ଶାରୀରିକ ସଂପର୍କ ଯୁବତୀଙ୍କ ସହ ରଖିଥିଲା  । ଶାରୀରିକ ସଂପର୍କ ରଖିବାବେଳେ ସୁଟିଂ କରି ରଖିଥିବା ଅଶ୍ଳୀଳ ଭିଡ଼ିଓକୁ ଯୁବକ ବାରମ୍ବାର ଦେଖାଇ ବ୍ଲାକମେଲ କରି ଶାରୀରିକ ସଂପର୍କ ରଖୁଥିଲା ।

ଘଟଣାଦିନ ଯୁବତୀଙ୍କ ବାପା ଘରେ ନଥିବା ଜାଣି ଶିବମ୍ ତାଙ୍କ ଘରକୁ ଆସିଥିଲା ।  ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା । ଯୁବତୀ ଏହି କଥାରେ ରାଜି ନ ହେବାରୁ ସେ ଭିଡ଼ିଓ ଭାଇରାଲ କରିଦେବା କଥା କହିଥିଲା । ଫଳରେ ଯୁବତୀ ଉତକ୍ଷିପ୍ତ ହୋଇ ଘରେ ପଡ଼ିଥିବା ଲୁହା ରଡ଼୍ ରେ ପିଟିଥିଲା । ଘଟଣାସ୍ଥଳରେ ଯୁବକଙ୍କ ଅତ୍ୟଧିକ ରକ୍ତପାତ ଯୋଗୁଁ ମୃତ୍ୟୁ ହୋଇଥିଲା ।

ଯୁବତୀଙ୍କ ଘରୁ  ପାଟିତୁଣ୍ଡ ଶୁଣି ପଡ଼ୋଶୀ ରୁଣ୍ଡ ହୋଇଥିଲେ । ଏ ବାବଦରେ ପୋଲିସକୁ ଜଣାଇବା ପରେ ପୋଲିସ ଯୁବତୀକୁ ଗିରଫ କରିବା ଶହ ବ୍ୟବଚ୍ଚେଦ ପାଇଁ ପଠାଇ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.