କରୋନା ଯୁଗର ଲୈଲା-ମଜନୁ : ସବୁ ଲକଡାଉନ୍ ଭାଙ୍ଗି ଅଷ୍ଟ୍ରେଲିଆରୁ ଭାରତ ଆସିଲେ ପ୍ରେମିକା

Published By : Prameya-News7 Bureau | March 25, 2020 IST

ମୁରାଦାବାଦ ୨୫/୩ : ୩୭ବର୍ଷ ବୟସ୍କା ଅଷ୍ଟ୍ରେଲିଆନ୍ ମହିଳା ନିଜ ୧୭ବର୍ଷ ବୟସ୍କ ପ୍ରେମିକଙ୍କୁ ଭେଟିବାକୁ ସବୁ ବାଧା ବନ୍ଧନ ଭାଙ୍ଗି ଭାରତ ଆସିଛନ୍ତି। କୋଲକାତାର ରାନିକ୍ଷେତ ଏକ୍ସପ୍ରେସରେ ଉତ୍ତରାଖଣ୍ଡର କାଠଗୋଦାମ ରେଲଓ୍ବେ ଷ୍ଟେସନ୍ ପହଞ୍ଚିଥିଲେ। ଷ୍ଟେସନରେ ମହିଳାଙ୍କୁ ଏକୁଟିଆ ବୁଲୁଥିବାର ଦେଖି ରେଲଓ୍ବେ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କରୋନାର ଭୟାବହତାକୁ ଦେଖି ରେଲଓ୍ବେର ମେଡିକାଲ୍ ଷ୍ଟାଫ ମହିଳାଙ୍କ ସ୍କ୍ରିନିଂ କରିଥିଲେ।

 ମହିଳା ଯାଞ୍ଚ ସମୟରେ ଅଧିକାରୀଙ୍କୁ କହିଥିଲେ ଯେ ସେ ନୈନିତାଲରେ ରହୁଥିବା ତାଙ୍କ ପ୍ରେମିକଙ୍କୁ ଦେଖା କରିବାକୁ ଆସିଛନ୍ତି। ସୂଚନା ମିଳିବା ପରେ ତାଙ୍କ ପ୍ରେମିକ ଘରୁ ଷ୍ଟେସନକୁ ପହଞ୍ଚିଥିଲେ। ସେ ତାଙ୍କ ଗାର୍ଲଫ୍ରେଣ୍ଡ ବୋଲି ନାବାଳକ ଜଣକ କହିଥିଲେ। ପୋଲିସ୍ ବିଦେଶୀ ମହିଳାଙ୍କୁ ହରିଦ୍ବାରରେ ସ୍ବତନ୍ତ୍ର ଦେଖାଶୁଣାରେ ଆଇସୋଲେସନରେ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.